ଗୀତାଞ୍ଜଳି ର କବିତା -5 Poem by Bharati Nayak

ଗୀତାଞ୍ଜଳି ର କବିତା -5

ଗୀତାଞ୍ଜଳି ର କବିତା -5

ତୁମପାଶେବସିବାର
ମହାର୍ଘଅନୁଭବରୁ,
କାଣିଚାଏମାଗୁଛି ମୁଁ,
ପଛେ ପଡି ଥାଉ
ମୋରଯାହାପାର୍ଥିବଜଂଜାଳI

ମୋଦୃଷ୍ଟି ର ଆଢୁଆଳ
ହେଲେତୁମଆନନ,
ହୃଦୟମୋ ପାଏ ନାହିଁଶାନ୍ତିଅବାମୁକ୍ତି,
ଦିବସରକାର୍ଯ୍ୟ ଭାର

ମନେହୁଏଅଥଳସମୁଦ୍ରଯେସନI

ଦେଖୁଚିମୁଁବାତାୟନଧାରେ
ଆସିଛିଫଗୁଣ
ସାଥେ ଧରିତାର ମୃଦୁ ମନ୍ଦ ପବନ I
ମଧୁ ମକ୍ଷିକା ଗଣ ପୁଷ୍ପ ଗହଳେ
କରନ୍ତି ଗୁଞ୍ଜନI

ସମୟ ଯେ ଉପନୀତ,
ନୀରବେ ଭେଟିବିତୁମକୁ,
ତୁମ ମୁଖଦେଖି ଦେଖି,
ଗାଇବି ମୁଁ ସଧୀରେ,
ଜୀବନ ସଂଗୀତI
Bharati Nayak

POET'S NOTES ABOUT THE POEM
This is the Odia translation of the Poem-5 of the book 'Gitanjali'
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success