ଗୀତାଞ୍ଜଳି ର କବିତା -9
କାହିଁକି ରେ ମୂର୍ଖ ତୁହି
ଚେଷ୍ଟିତ ତୁ
ନିଜ ସ୍କନ୍ଧେ ନିଜକୁ ବୋହି ନେବା ପାଇଁ
ନିଜ ଦ୍ୱାରେ ଦ୍ୱାରସ୍ଥ ତୁ
ଭିକ୍ଷା ଗଣ୍ଡେ ପାଇଁ?
ଉତ୍ତାରି ଦେଇ ସର୍ବସ୍ବ ଜଂଜାଳ
ଭେଟି ଦିଅ ସେ ମହାନଙ୍କ କରତଳେ
ନ କରି ପଶ୍ଚାତାପ କରିବେ ସେ ପାରି
ସଂସାର ସାଗର
ହୁଏ ନିର୍ବାପିତ ପବିତ୍ର ଆଲୋକ
ତୋ ବାସନାର ନିଶ୍ୱାସରେ
ଛୁଅଁ ନାହିଁ ପବିତ୍ର ଦାନ
ତୋ ଆବିଳ ହସ୍ତରେ
ତୋଳି ନିଅ ସେଇ ପୁରସ୍କାର
କେବଳ ନିର୍ମଳ ପ୍ରେମରେ |
This poem has not been translated into any other language yet.
I would like to translate this poem
It looks like an explosion in a noodle kitchen! ! ! ! ! ! ! ! ! ! ! : ) bri
Thank you Bri! I know, Odia letters are round in shape which look beautiful! No wonder it looks tasty as noodles (You have shifted your attention from ice-cream to noodles)