ବିଦାୟ ୨୦୨୩ Poem by Bharati Nayak

ବିଦାୟ ୨୦୨୩

ବିଦାୟ ୨୦୨୩
ଏତେବେଳଯାଏ
ତୁମ ପାଇଁ ଲେଖିନି କବିତା ଧାଡ଼ିଏ
କେତେ କାହାଣୀ, କେତେ କଥା,
କେତେ ଘଟଣା ଓ ଦୁର୍ଘଟଣା
ପୃଥିବୀର ଏ କୋଣରୁ ସେ କୋଣ
କେତେ ଆଲୋକିତ
କେତେ ଅନାଲୋଚିତ
ଦୁନିଆ ଦୃଷ୍ଟିର ଆଢୁଆଳେ
କାହିଁଯେ କେତେ ଘଟଣା ଘଟିଥିବ
କାହା ପାଇଁ ଆନନ୍ଦ
କାହା ପାଇଁ ଲୁହ ତୁମେ ଅ|ଣିଥିବ |
ତୁମେ ମୋ ଜୀବନର ଫର୍ଦ ଟିଏ
ଅସୁମାରୀ ମୁହୂର୍ତ୍ତର ସମାହାର
ମୁହୂର୍ତ୍ତମାନେ ସବୁ ଅଲଗା ଅଲଗା
କାଲିଠାରୁ ଆଜି କେତେ ଦୂର ଦୂର ଲାଗେ |
ଭେଟିଛି କେତେ ନୂଆ ଆଉ ପୁରୁଣା ବନ୍ଧୁଙ୍କୁ
ଆଉ ମଧ୍ୟ ହଜି ଯାଇଛନ୍ତି କେହି କେହି
ଗହଳି ଭିତରେ |

ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ
ସାତ ସମୁଦ୍ର ପାରି କେଉଁ ଏକ ଦୂର ସହରରୁ
ଅଭିନନ୍ଦନର ବାର୍ତ୍ତାଟିଏ ପହଞ୍ଚେ
କେଉଁ ଅଦୃଶ୍ୟ ଶକ୍ତି ହାତରେ
ଲେଖାଥାଏ ଭାଗ୍ୟ
ସମ୍ପର୍କ ଯୋଡି ହୋଇଯାଏ,
ଦୂରତା ବା ନିକଟତା
କଣ ସତରେ ଆମେ ତିଆରି ଥାଉ
ନା ଘଟଣା ଗୁଡିକ ଆମେ ରଚି ଥାଉ?
ଆମେ ଚରିତ୍ର ମାତ୍ର
ନାଚୁ ଥାଉ ଅହରହ ଅଦୃଶ୍ୟ ଡୋରିରେ!

ବିଦାୟ ୨୦୨୩
ଆଉ କେବେ ଫେରିବନି ତୁମେ
ହେଲେ ରହିବ ସ୍ମୃତି(smruti) ହୋଇ
ମନର ଆଇନ|ରେ!

(1-1-2024)

Tuesday, January 2, 2024
Topic(s) of this poem: farewell
COMMENTS OF THE POEM
Close
Error Success