Cape Town-1990-Poem By Adiela Akoo Translated Into Odia By Bharati Nayak Poem by Bharati Nayak

Cape Town-1990-Poem By Adiela Akoo Translated Into Odia By Bharati Nayak

Rating: 5.0

ଉଣେଇଶହନବେର କେପ ଟାଉନ

ମୋ ଚାକିରୀର , ପ୍ରଥମ ଦିବସ,
ଟ୍ରେନରେ ଚଢିଲି l
ବନ୍ଧୁମାନେ ଟାଉନକୁ ଯିବାର
ସଳଖ ମାର୍ଗଟିଏ ବତେଇ ଦେଲେ l
ନାଁ, ନାଁ, ସିଆଡେ ନୁହେଁ,
ଦେଖ.ଏ ସାଇନ - ବୋର୍ଡକୁ ଦେଖ,
ଏ ବଗି କେବଳ ଶ୍ଵେତାଙ୍ଗମାନଙ୍କ ପାଇଁ l
ସେମାନେ ମୋତେଏକ ପରିଚ୍ଛନ୍ନ ପ୍ରଥମଶ୍ରେଣୀ ବଗି ରୁ
ତୃତୀୟ ଶ୍ରେଣୀର ଭଗ୍ନ ବଗି ଭିତରକୁ ଟାଣିନେଲେ l

ଆଜି ମୁଁ ଗୀର୍ଜାକୁ କାମ କରିବାକୁ ଗଲି
ସେଠାରେ ପାଦ୍ରୀ ମହାଶୟ
ପ୍ରାର୍ଥନା ଗୃହ ମଧ୍ୟରେ, ଶ୍ରଦ୍ଧlଳୁଙ୍କ ଭୀଡରେ
ପଦଚାରଣ କରୁଥିଲେ l
ଫଟା ଚେୟାର ଗଦିରୁ
ବାହାରକୁ ଛିଟିକି ପଡ଼ିବା ଭୟରେ ଶ୍ରଦ୍ଧlଳୁମାନେ
ଚେୟାରଗୁଡିକୁ ଜାବୋଡି ଧରିଥିଲେ l
ଆମେ ତତକ୍ଷଣlତ
ସେମାନଙ୍କ ସହ ମିଶିଗଲୁ l

ଫାଦରଙ୍କ ପାକୁଆ-ପାଟିର ଫାଙ୍କରୁ
ଶବ୍ଦମାନେ ସୁସୁରୀ ଭଳି ଭାସି ଆସୁଥିଲେ
ଆଉ ସମବେତ ଜନତା
ସହାସ୍ୟ କରତାଳି ପୂର୍ବକ
ତାଙ୍କୁ ସ୍ୱାଗତ କରୁଥିଲେ l
ମାତ୍ର, ସବୁଠାରୁ ମୂଲ୍ୟବାନ କଥା ହେଲା,
ସେ ଆମକୁ,
ଆମ ଚର୍ମ -ରଙ୍ଗ ହେତୁ ପାଇଥିବା
ଅପମାନ କୁ
ଭୁଲାଇ ଦେଉଥିଲେ l

Saturday, October 17, 2020
Topic(s) of this poem: racism
COMMENTS OF THE POEM
Kumarmani Mahakul 18 October 2020

Adiela Akoo's poem is amazingly translated into Odia. This poem is very thought provoking. ବର୍ଣ ବିବାଦ ଉପରେ ଆଧାରିତ ଏହି କବିତା ଟି ଅତ୍ୟନ୍ତ ଗମ୍ଭୀର ହୋଇଛି...ତାଙ୍କ ଚାକିରୀ ର ପ୍ରଥମ ଦିବସ ର କଥାକୁ ଏଠାରେ ବଖାଣ କରା ଯାଇଛି. ଏହା ଚମତ୍କାର କବିତା ହୋଇଛି.....5 stars..

0 0 Reply
Bharati Nayak 17 October 2020

Mahatma Ganghi also experienced such racial discrimination and humiliation when he was forced out from the First class Bogie and made to travel in a Third class Compartment while he was staying in South Africa. This bitter experience was the first cause that inspired him to fight against Racism world wide and casteism in India particularly. I never expected that this discrimination still existed there as late as Nineteen Nineties.

0 0 Reply
READ THIS POEM IN OTHER LANGUAGES
Close
Error Success