ସେଦିନ କାକଳି
ଖେଳଛୁଟି ବେଳକୁ
ଆସିଲେ!
ମୋ ମନ କଷ୍ଟହେଲା
ତାଙ୍କ ପାଖକୁ ଗଲି
ଆଉ କହିଲି:
ତୁମେତ ଆଜି
ବହୁତପାଠ ପଡ଼ିପାରିଲନି,
ହଉ ଆସ, ଆମ ସ୍କୁଲପଛପଟ
ଝାଉଁ ବଣକୁ ଯିବା,
ସୁଲୁ ସୁଲିଆ ପବନ ବହୁଚି...
ଆସ ସେଇଠିକି ଯିବା
ପାଠ ପଢିବା!
ସେ ହସିଲେ,
କହିଲେ- ଥାଉ!
ପିଲାଦିନ!
Copyright @ Dillip K Swain
This poem has not been translated into any other language yet.
I would like to translate this poem