ଗୀତଞ୍ଜଳିର କବିତା -୧୦
ଥୋଇ ଦିଅ ତୁମ ପଦ୍ମ ପାଦ
ଏଇ ପୀଢା ଉପରେ
ଯହିଁ ମଥା ନଇଁ ରହି ଥାଏ
ଏ ଦରିଦ୍ର ଅକିଞ୍ଚନ |
ମୋ ନମିତ ମଥା
ଛୁଇଁ ପରେ ନାହିଁ
ତୁମ ଗଭୀରତା
ତୁମେ ରହିଥାଅ
ନିଃସ୍ୱ ପତିତ ଗହଣେ |
ତୁମେ ଅପହଞ୍ଚ ଅହଂକାରଠାରୁ
ତୁମେ ଥାଅ ଗରୀବ କୁଟୀରେ |
ମୋ ହୃଦୟ ପାଏ ନାହିଁ ବାଟ
କେମିତି ମୁଁ ପହଂଚିବି ସେଠି
ଯହିଁ ତୁମେ ଚାଲୁଥାଅ ନିଃସ୍ୱ ଗହଣରେ |
This poem has not been translated into any other language yet.
I would like to translate this poem