ଟାହି ଟାପରା କୁ…
ଟାହି ଟାପରା କୁ
ସହି ହେଉନି
ମୋ କଥା ଅ କଥା ଜାଣି
ଆଉ ବଂଚି ହଉନି I
ପବନ ଉର୍ମି ରେ ବାର୍ଦ୍ଧକ୍ୟ ବାର୍ତା
ଭାସିଯାଉଛି ଭାସିଯାଉଛି...
ନିଜ ଭିତରର ଆଛା ପଣ ସବୁ
ବାର୍ଦ୍ଧକ୍ୟ ର ଚାପ ଖାଇ ଖାଇ
ଦବି ଯାଉଛି, ଦବି ଯାଉଛି,
ଜ୍ଞାନ ଅନୁଭୂତି ବାଣ୍ଟିବା ପାଇଁ ମୁଁ
ଘୁରି ବୁଲୁଚି, ଘୁରି ବୁଲୁଚି...
ବୁଢା ପାଗଳ କହି
ନାତି ଟୋକା ମୋର
ଯୋଜନ ଯୋଜନ ଗପିବୁଲୁଛି
ଅକାଳ ଶୂନ୍ୟରୁ
ବିକଟାଳ ଶବ୍ଦ ଭାସିଆସୁଛି
ବାର୍ଦ୍ଧକ୍ୟ ଆଜି ଦାଉ ସାଧିଛି
Copyright @Dillip K Swain
_____________________________
SUMMARY: This poem is about the misery of an old man! He is distressed because no one is eager to hear what he wants to say! The biggest disappointment is that his grandchildren make a mockery of his acquired experiences and knowledge.
This poem has not been translated into any other language yet.
I would like to translate this poem