ନିଜ ଭିତରର ଆଛା ପଣ (Good Qualities Within) Poem by Dr Dillip K Swain

ନିଜ ଭିତରର ଆଛା ପଣ (Good Qualities Within)

Rating: 5.0

ଟାହି ଟାପରା କୁ…

ଟାହି ଟାପରା କୁ
ସହି ହେଉନି
ମୋ କଥା ଅ କଥା ଜାଣି
ଆଉ ବଂଚି ହଉନି I

ପବନ ଉର୍ମି ରେ ବାର୍ଦ୍ଧକ୍ୟ ବାର୍ତା
ଭାସିଯାଉଛି ଭାସିଯାଉଛି...
ନିଜ ଭିତରର ଆଛା ପଣ ସବୁ
ବାର୍ଦ୍ଧକ୍ୟ ର ଚାପ ଖାଇ ଖାଇ
ଦବି ଯାଉଛି, ଦବି ଯାଉଛି,
ଜ୍ଞାନ ଅନୁଭୂତି ବାଣ୍ଟିବା ପାଇଁ ମୁଁ
ଘୁରି ବୁଲୁଚି, ଘୁରି ବୁଲୁଚି...

ବୁଢା ପାଗଳ କହି
ନାତି ଟୋକା ମୋର
ଯୋଜନ ଯୋଜନ ଗପିବୁଲୁଛି
ଅକାଳ ଶୂନ୍ୟରୁ
ବିକଟାଳ ଶବ୍ଦ ଭାସିଆସୁଛି
ବାର୍ଦ୍ଧକ୍ୟ ଆଜି ଦାଉ ସାଧିଛି

Copyright @Dillip K Swain

_____________________________
SUMMARY: This poem is about the misery of an old man! He is distressed because no one is eager to hear what he wants to say! The biggest disappointment is that his grandchildren make a mockery of his acquired experiences and knowledge.

POET'S NOTES ABOUT THE POEM
This poem was published in one of the leading Odiya Literary magazines, Ämrutayana in 1994.
COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success