ମୁଁ ତଥାପି ବଂଚିଛି (I Am Still Alive) Poem by Dr Dillip K Swain

ମୁଁ ତଥାପି ବଂଚିଛି (I Am Still Alive)

Rating: 5.0

ହସିଚ, ଯେତେବେଳେ
ମୋ ଉପରେ ପ୍ରହାର ହେଇଚି,
ମୁଁ ଆହତ ହେଇଚି
ଆଉ ଗଭୀର ଯନ୍ତ୍ରଣାରେ
ଛଟପଟ ହେଇଚି!

ମୋତେ ଜାଣିଚ?
ମୋ ବିଷୟରେ କିଛି ଶୁଣିଚ?

ଜନ୍ମ ଦେଇଚ? ଭୂମି ଦେଇଚ?
କେବେ କିଛି ଖାଇବାକୁ ଦେଇଛ?

ଦେଇଛ କେବେ ମୁନ୍ଦାଏ ପାଣି?
ପକେଇଚ କେବେ ମୁଠାଏ ଚାଉଳ
ମୋ ଭିକ୍ଷା ଥାଳରେ?
ଭିକ୍ଷା ପରିବର୍ତେ
ଭାଙ୍ଗି ଦେଇଛ ମୋ ଭିକ୍ଷ୍ୟା ଥାଳ!

ଖାଲି ବୃଥା ଅପବାଦ ଦେଇଚ
ମୋ ଠୁ ବଂଚିବାର ଅଧିକାର
ଛଡେଇ ନେବାକୁ ଚେଷ୍ଟା କରିଚ!

ସରିନି, ମରିନି
ମୁଁ ତଥାପି ବଂଚିଛି!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success