ମୁଁ ତଥାପି ବଂଚିଚି...(I Am Still Alive) Poem by Dr Dillip K Swain

ମୁଁ ତଥାପି ବଂଚିଚି...(I Am Still Alive)

Rating: 5.0

ଏକ ବିଶୁ ମହାରଣା
ହେଇ ଜୀବନକୁ
ଜଳାଞ୍ଜଳି ଦେଇ
ଚାହିଁଥିଲି ଗଢିବାକୁ
ଏକ ସୁନ୍ଦର କୋଣାର୍କ!

ହେଲେ କଲ କଣ?

ଭାଙ୍ଗିଦେଲ ମୋର ସ୍ବପ୍ନ!

ବୃଥା ଅପବାଦ!

ନଚିହିଁ, ନଜାଣି
ନିଜର ମାଟିର ମଣିଷକୁ
ତିଳ ତିଳ ଦଗ୍ଧ କଲ!

ଯେଉଁ ଆସନରେ
ଆଜି ବସିଛ ସେ ଏକ ପ୍ରହେଳିକା,
ଏକ ପ୍ରହସନ ମାତ୍ର!

ତୁମର ବୁଝିବାର ବେଳ ଆସିବା ପୂର୍ବରୁ
ନା ଥିବି ମୁଁ ନା ଥିବ ତୁମେ...

ଏ ମରୁଭୂମିରେ ଜଳ ବିହୀନ
ଶତାଧିକ ନିରୀହ ମଣିଷଙ୍କ
ହାଡ ଆଉ ଭଙ୍ଗା ଖପୁରି
ଏମିତି ଲୀନ ହେଇଯିବ!

ଅସହ୍ୟ ବେଦନାରେ
ଏକ ଇଟାଭାତିର କେଉଁ କୋଣେ
ଯୁଇପରି ଜଳୁଚି...

ସରିନି ଏ ଜୀବନ!

ତଥାପି ବଂଚିଛି,
କେବେ କେବେ କାନ୍ଦୁଚି,
କେବେ କେବେ ହସୁଚି

ମୁଁ ତଥାପି ବଂଚିଚି...


Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success