ଶୀତ ଦିନେ
ତୋ ସାଥୀ ରେ
ମଲ୍ଲ ଯୁଦ୍ଧ
କରିବାକୁ ମନ ହୁଏ,
ବର୍ଷା ଦିନେ,
ତୋ ସାଥୀ ରେ
ଖେଳିବା କୁ
ଲୁଚୁକାଳି ଖେଳ ।।
ହେଲେ କିନ୍ତୁ ଖରାଦିନେ-
ତୋ ସାଥୀ ରେ
କରିବାକୁ ଇଚ୍ଛା ହୁଏ
ସନ୍ଧି ପତ୍ର ରେ ସ୍ୱାକ୍ଷର ।।
ତୁ କିନ୍ତୁ
ସବୁ ଦିନେ,
ସବୁ ବେଳେ
ଦେଖେଇ ହେଉ ଯେ-
ତୁ କାଳେ
ଭାରି ସାମ୍ୟବାଦୀ,
ସମସ୍ତଙ୍କ
ଏକାନ୍ତ ନିଜର ।।
ତୁ କାଳେ ଭାରି ସାମ୍ୟବାଦୀ, ସମସ୍ତଙ୍କ ଏକାନ୍ତ ନିଜର ।। Nice appeal,10
ତୁ କାଳେ ଭାରି ସାମ୍ୟବାଦୀ, ସମସ୍ତଙ୍କ ଏକାନ୍ତ ନିଜର ।। Nice satire Subhas. 10
This poem has not been translated into any other language yet.
I would like to translate this poem
ତୁ କିନ୍ତୁ ସବୁ ଦିନେ, ସବୁ ବେଳେ ଦେଖେଇ ହେଉ ଯେ- ତୁ କାଳେ ଭାରି ସାମ୍ୟବାଦୀ, ସମସ୍ତଙ୍କ ଏକାନ୍ତ ନିଜର ।। Lovely poem i enjoy this beautiful poem