ନାବିକ (Sailor) Poem by Dr Dillip K Swain

ନାବିକ (Sailor)

Rating: 5.0

ମୁଁ ଏକ ନାବିକ
କିନ୍ତୁ ନୁହେଁ ଏକ
ଦିଗହଜା ନାବିକ!

କେବେ ବାହୁଚି
ଛୋଟ ମୋର ନୌକାକୁ
ପବନର ଅନୁକୂଳେ
ଆଉ କେବେ ପ୍ରତିକୂଳେ!

କେବେ ମାରୁଚି କାତ
ଆଉ କେବେ କେବେ
ବାହୁଛି ଏ ଡ଼ଙ୍ଗା
ମାରି ମାରି ଆହୁଲା!

ଭୁଲିନି ମୋର ଲକ୍ଷସ୍ଥଳ,
ମୋତେ ପହଂଚିବାକୁ ଅଛି
ସେଇଠି, ଠିକ ସେତିକିବେଳେ
ଯେତିକିବେଳେ ମୋର ପହଂଚିବାର ଅଛି!

Copyright @ Dillip K Swain

COMMENTS OF THE POEM
Dr Dillip K Swain 27 August 2023

କେବେ ମାରୁଚି କାତ ଆଉ କେବେ କେବେ ବାହୁଛି ଏ ଡ଼ଙ୍ଗା ମାରି ମାରି ଆହୁଲା!

0 0 Reply
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success