ଘରଚଟିଆ (The Sparrow) Poem by Dr. Sada Bihari Sahu

ଘରଚଟିଆ (The Sparrow)

Rating: 5.0

ଫୁର କିନା ଉଡି ଆସେ ଘରଚଟିଆ
ଚିର ଚିର ଶବଦରେ ଭରି ଯାଏ ଅଗଣା
କୁନି କୁନି ଚଢେଇଟି ଦିଶେ କେଡେ ସୁନ୍ଦର
ମୋହି ନିଏ ମନ କୁନି ପୁଅ "ଶୁଭମ" ର
ଅପେକ୍ଷାରେ ବିତେ ଦିନ ଶୁଣିବାକୁ ତା ସ୍ଵର
ମୁଠାଏ ଚାଉଳ ବିଞ୍ଚି ଦେବାକୁ ମନ ହୁଏ ଆତୁର
ତୃପ୍ତି ଭରି ଖାଏ ତାକୁ ଦେଇ ସଭିଙ୍କୁ ଖୁସିର ଲହର
ଲାଗେ ଯେମିତି ଧାରା ପୃଷ୍ଟେ ନୃତ୍ୟରତ ଟିକି ଟିକି ପାଦର ନୂପୁର
ଦିନତମ ମଜି ରହେ ଗଢିବାକୁ ବସାଟିଏ ଘର ଛାଉଣି ତଳେ
ଖରା, ବର୍ଷା, ଶୀତ ସହି ଗଢି ଦିଏ ବସାଟିଏ କଳ ବଳ କୌଶଳେ
ଭାଙ୍ଗିଯାଏଯଦି ବସା କେବେ ବାଆ ବତାସେ
ନିରାଶ ନ ହୋଇ ଲାଗି ପଡେ ଗଢିବାକୁ ପୁଣିଥରେ ବସାଟିଏ
ଦେଇ ଯାଏ ଅନବରତ କର୍ମମୟ ଜୀବନର ଉଦାହରଣ
ସଭିଏଁ ଶିଖିବା ଆସ ଟିକି ଚଢେଇଠୁ ଏ ମହତ ଜ୍ଞାନ
ଆଧୁନିକ ସଭ୍ୟତା କ୍ରମେ ବଢେ ଛାତ, କୋଠା ଘର ମାନ
ନାହିଁ ଆଜି ଗଢିବାକୁ ବସାଟିଏ ଘରଚଟିଆ ପାଇଁ ସ୍ଥାନ
ସମୟ କ୍ରମେ ହ୍ରାସ ପାଏ ଏ ଚଢେଇ ସଂଖ୍ୟା
ଭବିଷତେ ହୋଇପାରେ ଲୁପ୍ତ ଆଜି ହୁଏ ଆଶଙ୍କା ଓ ବାଖ୍ୟା
ପୃଥିବୀରୁ ଏ ଚଢେଇର ପୂର୍ଣ ବିଦାୟ ହେବା ପୂର୍ବରୁ
ଚାଲ ପୁଣିଥରେ ବାନ୍ଧି ଦେବା ବସାଟିଏ ଆମ ଛାଉଣି ତଳୁ
ବିଞ୍ଚି ଦେବା ଦାନା ମୁଠାଏ ଶୁଣିବାକୁ ଚିର ଚିର ସଙ୍ଗୀତର ଗାନ
ନିଜେ ବଞ୍ଚି ବଞ୍ଚାଇବା ପଶୁ, ପକ୍ଷୀ, କୀଟ, ବୃକ୍ଷଙ୍କ ଜୀବନ
ତେବେ ଯାଇ ଧାରା ପୃଷ୍ଟେ ହେବ ମାନବର ଜୟ ଗାନ

Wednesday, January 10, 2018
Topic(s) of this poem: bird loving
POET'S NOTES ABOUT THE POEM
This poem is in Odia language and talk about the bird "Sparrow"
COMMENTS OF THE POEM
Bharati Nayak 16 February 2018

ଦିନତମ ମଜି ରହେ ଗଢିବାକୁ ବସାଟିଏ ଘର ଛାଉଣି ତଳେ ଖରା, ବର୍ଷା, ଶୀତ ସହି ଗଢି ଦିଏ ବସାଟିଏ କଳ ବଳ କୌଶଳେ ଭାଙ୍ଗିଯାଏଯଦି ବସା କେବେ ବାଆ ବତାସେ ନିରାଶ ନ ହୋଇ ଲାଗି ପଡେ ଗଢିବାକୁ ପୁଣିଥରେ ବସାଟିଏ- - - Such a beautiful poem about the little bird 'Sparrow' that goes dwindling in numbers because of T.V.towers and squeezing space for its habitat . We humans have the responsibility to protect this little bird.

0 0 Reply
Dr Dillip K Swain 13 January 2018

ଫୁର କିନା ଉଡି ଆସେ ଘରଚଟିଆ ଚିର ଚିର ଶବଦରେ ଭରି ଯାଏ ଅଗଣା କୁନି କୁନି ଚଢେଇଟି ଦିଶେ କେଡେ ସୁନ୍ଦର ମୋହି ନିଏ ମନ କୁନି ପୁଅ ଶୁଭମ ର...A lovely poem dear Sada..I liked it

0 0 Reply
Sada Bihari Sahu 10 January 2018

ଧନ୍ୟବାଦ କୁମାରମଣି ସାର । ଆପଣଙ୍କୁ ଏ କବିତା ଭଲ ଲାଗିଲା । ଆପଣଙ୍କ ଟିପଣୀ ପାଇଁ ଅନେକ ଧନ୍ୟବାଦ । ଆପଣ ତଥା ଆପଣଙ୍କ ଭଳି କିଛି କବିଙ୍କ ସମ୍ପର୍ଷରେ ଆସି କିଛି ଲେଖି ବାକୁ ଚେଷ୍ଟା କରୁଛି। ଏମିତି କବିତା ଓ ସାହିତ୍ୟ ଉପରେ ମୋର କିଛି ଜ୍ଞାନ ନହିଁ।

0 0 Reply
Kumarmani Mahakul 10 January 2018

ଘର ଚଟିଆ ର ଚିର ଚିର ସଂଗୀତ ର ଗାନ ମନକୁ ମୁଗ୍ଧ କରେ ସଦା ଓ ସର୍ବଦା...ଆପଣ ଏହି କବିତା ଟି ଅତି ନିଖୁଣ ଭାବରେ ପ୍ରସ୍ଫୁଟିତ କରିଛନ୍ତି. ଘରଚଟିଆ ଫୁର କିନା ଉଡି ଆସେ ଓ ଚାଲି ଯାଏ.. କିନ୍ତୁ ସେ ସୁନ୍ଦର ଗୀତ ଗାଏ. ଆମ୍ଭଙ୍କୁ ଏହି ପକ୍ଷୀ ଭାରି ଭଲ ଲାଗେ. ଆପଣ ଏପରି ଚମତ୍କାର କବିତା ଲେଖିଥିବାରୁ ଆମ୍ଭେ କୃତ୍ୟ କୃତ୍ୟ ହେଲୁ ଏହାକୁ ପାଠ କରି...Very nice..10

2 0 Reply
READ THIS POEM IN OTHER LANGUAGES
Close
Error Success