ତୁମରି ପରଶେ
ତରଳେ ଅନ୍ତର ମୋର,
ତୁମେ ଗଲେ ଦୂରେ
ଭାଂଗେ ମୋ ଅତୀତ ସ୍ୱର...
ପ୍ରେମ ମୋ ଭିତରେ
ଜନମ ବେଳାରେ
ମରଇ ଆପଣା ଛାଏଁ...1
ତୁମ ଜୀବନ ର
ବେଳା ଭୂଇଁ ବାଲି ପରେ
ଆଉ ଜଣେ କେହି
ପାଦ ଥାପି ଚାଲି ପାରେ..
ଭୂଲିବା ର ଶତ
ପ୍ରୟାସ କରୁଚି
ଏ କଥା ଜାଣିବା ପରେ...2
ତଥାପି ଏ ମନ
ମାନେ ନାହିଁ ମୋର ମନା
ଭୁଲିବା ର ଶତ
କରୁଛି ମିଛ ଛଳନା,
ଏ ଭଲ ପାଇବା
ତୁମ ଜୀବନ ରେ
ନ ଆଣୁ ରାସ୍ତା ର କଣ୍ଟା...3
ନ ଚାହିଁ ବି କେତେ
ବାର ମୁଁ କହିଚି
ତୁମକୁ ମୁଁ ଭଲ ପାଏ,
ଅଧା ନିଦ, ଆଧା
ସପନ ର ଜହ୍ନ
ରାତି ଅଧ ଯାଏ ଜିଏଁ,
ଏକ ତରଫା ଏ ପ୍ରେମ,
ଜଳୁ ଥାଏ ପଛେ
ଏ ସାରା ଜନମ
ନ ହେଉ ତୁମର ଭ୍ରମ...4
This poem has not been translated into any other language yet.
I would like to translate this poem
A beautiful love poem.... fabulous imagery! Loved reading it...5 stars.
Thank you Sir for fetching time for the poem.