ମେଘତୁମେ
ମେଘତୁମେହଠାତଆସିଲ
ଟୁପଟାପଶବ୍ଦକରିବର୍ଷିଗଲ
ଏଇ ଗଛମାନଙ୍କୁ ଦେଖ,
ଝାଉଁଳିପଡି ଥିବା
ପତ୍ରମାନଙ୍କୁ ଦେଖ
କେମିତି ଆନନ୍ଦରେବିଭୋର ସେମାନେ
କେମିତିଶିହିରି ଉଠୁଛି
ସେମାନଙ୍କ ତନୁ ଲତା !
ଅପେକ୍ଷାଥିଲା
ଅପେକ୍ଷାଥିଲା, ତୁମରଆଗମନକୁ
ଆଶାଥିଲା, ଭରସା ବି ଥିଲା
ଆଉକିଛି ବିଳମ୍ବରେ
ସେମାନେହୁଏତ ହଜି ଯାଇ ଥାନ୍ତେ ଖରା ତାତିରେ
ପୋଡାଆଶାନେଇମିଶିଯାଇଥାନ୍ତେମାଟିରେ
ଜୀଇଁ ରହିବାରେ , ସ୍ୱପ୍ନରପତ୍ରମେଲିବାରେ
ତୁମେକେତେଜରୁରୀ , ତୁମେ ବୁଝି ନାହଁ
ତେବେଯେତେଦୂରଆକାଶରେଥିଲେବି
ତୁମେ ଆମଏଇଇଲାକା କୁ
ସବୁଗ୍ରୀଷ୍ମରେଭାସି ଆସୁଥାଅ
ଆଉ ଏଇମାଟି କୁବର୍ଷାରେଭିଜାଇଦିଅ
,
ଆସିଲା ସେ ମେଘ କରିଣ ବରଷା, ବଢ଼ାଇଲା ତରୁଗଣେ କେତେ କେତେ ଆଶା..ସପନ ରାଇଜେ ଦେଲା ସତ ର ସନ୍ଧାନ, ବରଷାର ପ୍ରତି ବୁନ୍ଦା ଜୀବନ ଇନ୍ଧନ....ଆହେ ସ୍ନେହମୟୀ ଆପଣ କି ଲେଖିଛନ୍ତି ସୁନ୍ଦର କବିତା, ବରଷା ଯେ ଖୁସି ପୁଣି ଖୁସି ହୁଏ ଏ ପୃଥିବୀ ମାତା... ୧୦ This is an excellent poem written about cloud and rain basing upon nice perception.10
Kete sundar kabita madhyamare apana matamata deichhanti. Mora hrudaya gahiraru krutagyanta gyanpana karuchhi
This poem has not been translated into any other language yet.
I would like to translate this poem
ଅପେକ୍ଷ୍ୟାରେ ଥିଲୁ ଆମ୍ଭେ ମେଘର । ସେ ଆସିଲା ଓ ବର୍ଷା କଲା । ଆମ୍ଭେ ସରବ ଜୀବ କୁଳ ଖୁସି ହେଲୁ. । ଝାଉଁଳି ଯାଇଥିବା ପତ୍ର ଆଉଥରେ କଅଁଳି ଉଠିଲା. । ଧାରା ପୃଷ୍ଠ ସବୁଜ ବସ୍ତ୍ର ରେ ସଜେଇ ହେଲା । ଏହି ମେଘ ଓ ବର୍ଷା କବିତା ଟି ସୁନ୍ଦର ହୋଇଛି । ଏହି କବିତା ଟି ହୃଦୟାୟ କୁ ଛୁଇଁ ଯାଉଛି । ଆମ୍ଭେ ଏହା ପଢି ପ୍ରୀତ ହେଲୁ ।