ମୋ ଝର୍କା ବାହାରର ପୃଥିବୀ Poem by Bharati Nayak

ମୋ ଝର୍କା ବାହାରର ପୃଥିବୀ

Rating: 5.0

The World Outside My Window

ମୋ ଝର୍କା ବାହାରର ପୃଥିବୀ

ମୁଁ ସୋଫା ଉପରେ ଆଉଜି ବସିଥାଏ

ମୋ ଭାବନା କିନ୍ତୁ

ବାହାର ପବନରେ ଭାସିଯାଏ

ଯାହା ମୁଣ୍ଡ ହଲାଉଥିବା ଫୁଲଙ୍କ ଗହଳରେ

ସଧୀରେ ଆନ୍ଦୋଳିତ ହେଉଥାଏ l

ମୋ ଦୃଷ୍ଟି ପୃଥିବୀର ସବୁଜିମା ଠାରୁ

ଆକାଶର ନୀଳିମା ଯାଏ ଲମ୍ବି ଯାଏ l

ଆଃ କି ଶାନ୍ତି! ଆହା କି ଅପୂର୍ବ ମାଧୁରିମା!

ହାଡେଦା ପକ୍ଷୀମାନେ ପହଂଚି ଯାଆନ୍ତି

ଆଉ ମାଟି ଉପରେ

ଖାଦ୍ୟ ଅନ୍ୱେଷଣରେ ଲାଗି ଯାନ୍ତି l

ରବୀନ ଚଢେଇଙ୍କ ନାଲି -ହଳଦିଆ ରଙ୍ଗ

ସେମାନଙ୍କ ମାଟିଆ ରଙ୍ଗ କୁ ଟିକେ ଊଣା କରି ଦିଏ

ଝର୍କା ବାହାରେ ରଙ୍ଗ ବିଛୁଡି ଯାଏ l

ବାଡ଼ା କଡରେ ଏକ ବିଶାଳ ଗଛ

ଉଚ୍ଚ କୁ ଉଚ୍ଚ ଉଠି

ଆକାଶକୁ ଛୁଇଁବାକୁ ଚେଷ୍ଟା କରୁ ଥାଏ l

ପ୍ରକୃତିର ଏ ଭରପୁର ସୌନ୍ଦର୍ଯ୍ୟ

ସତେ ଯେମିତି ସ୍ରଷ୍ଟାଙ୍କୁ ଅଭିନନ୍ଦନ!

ଆଃ, ମୁଁ ଏଇ ଗଛର ପତ୍ରଟେ ହୋଇଥାନ୍ତି କି?

ଦ୍ଵନ୍ଦ-ଶୁନ୍ୟ, ଚିନ୍ତା -ରହିତ,

ନ ଥାନ୍ତା ଲାଭ -କ୍ଷତିର ହିସାବ,

ନ ଥାନ୍ତା, ବନ୍ଧନ,

ନ ଥାନ୍ତା, ଟିକସ ପଇଠ କରିବାର ଜଂଜାଳ,

ନ ଥାନ୍ତା, ଅପରାଧ -ବିଷୟକ ଭାବନା,

ନଥାନ୍ତା, ଗଲା-କଲି ଅବା ଆସନ୍ତା -କାଲିର ଚିନ୍ତା

ପ୍ରକୃତରେ, ସମୟ ହିଁ ନ ଥାନ୍ତା l

ଆଃ, ମୁଁ ସେଇ ଗଛ ର

ପତ୍ରଟିଏ ହୋଇ ଥାନ୍ତି କି,

ଆଉ, ଦ୍ବନ୍ଦପୂର୍ଣ୍ଣ ଧରଣୀ ରୁ

ମୁକୁଳି ଯାଆନ୍ତି!

This is the Odia transcreation of thepoem 'The World Outside My Window'bytheSouth African Poetess Adiela Akoo.

Friday, October 16, 2020
Topic(s) of this poem: life,nature,world
COMMENTS OF THE POEM
Dr Dillip K Swain 24 October 2022

Beautifully translated! A very commendable endeavour dear poetess. Stay blessed! !

0 0 Reply
Me Poet Yeps Poet 16 December 2020

hi ma'am 000000000000000000000000in billions and trillions i don't know do u sir..but...are you friend equally frustrated with PH as all are no comments no email it is only our time we waste some spell it as waist lol pal poet.

0 0 Reply
Kumarmani Mahakul 21 October 2020

Watching the world outside through window is really very amazing. I feel very happy reading this poem once again.

0 0 Reply
Kumarmani Mahakul 17 October 2020

This poem is very nicely translated with beautiful translated with beautiful mind...5 stars.. ଝରକା ବାହାର ର ସୁନ୍ଦର ଦୃଶ୍ୟ ମନକୁ ମୋହିତ କରେ...ଅଆକାଶକୁ ଛୁଇଁବାକୁ ଚେଷ୍ଟା କରେ ବିସ୍ତୃତ ମନୋଭାବ....ଚମତ୍କାର ଭାବରେ ଏହି କବିତାଟି ଅନୁବାଦିତ ହୋଇଛି...ଆପଣଂକୁ ବହୁତ ଧନ୍ୟବାଦ...

0 0 Reply
READ THIS POEM IN OTHER LANGUAGES
Close
Error Success