ଆତ୍ମ ସତ୍ତା Poem by Bharati Nayak

ଆତ୍ମ ସତ୍ତା

Rating: 5.0

ମୁଁସ୍ୱପ୍ନରଦୋଳାରେଝୁଲୁଥିଲି
କଷ୍ଟ ଯନ୍ତ୍ରଣା ସବୁମିଳାଇ ଗଲେ ଶୂନ୍ୟରେ
ଅନନ୍ତ ଆକାଶୁଁ
ପ୍ରେମ ଆଉକରୁଣା ରହସ୍ତଟିଏ
ପ୍ରସାରିତ ହେଲା ଆଉ
ପୋଛି ନେଲା ଚକ୍ଷୁରଲୋତକ

ମୋଆତ୍ମସତ୍ତାଆନ୍ଦୋଳିତ
ସତତଉତ୍ତିଷ୍ଠ
ବିଲୀନହେବା ପାଇଁ
ପ୍ରେମର ସେଇଅଫୁରନ୍ତଉତ୍ସରେ

ମୋ ଆତ୍ମ ଚେତନାଉର୍ଦ୍ଧଗାମୀ
ସୋପାନରୁ ସୋପାନ
ବିସ୍ତରିବା ପାଇଁ
ମାଟିରୁ ଆକାଶ

ମୋଚତୁଃର୍ଦିଗେ
କଣ୍ଟାବୁଦା ଝାଟିବାଡ଼
ପଥରପ୍ରାଚୀର, ଲୁହାର ଶିକୁଳି
ଛିଡିଯାଉଛନ୍ତି , ଲିଭି ଯାଉଛନ୍ତି
ମୁଁ ଶକ୍ତି ଶାଳୀ ଅନନ୍ତ ଶକ୍ତି ରେ

ତୁମେମୋତେଶକ୍ତିଶାଳୀକରିଦେଲ
ଦେଇ ତୁମପ୍ରେମରଭିକ୍ଷା
ଅର୍ଜୁନଙ୍କ ପରିମୁ ଏବେ
ମହାଭାରତେ
ଯୁଝି ପାରେଦୁର୍ଯ୍ୟୋଧନ, ଦୁଃଶାସନ
ଆଉ ଯେତେ ଦୁଷ୍ଟଅସୁରଙ୍କୁ

ମୋ ପାଇଁ ଭାରତ ଯୁଦ୍ଧ
ନୁହେଁ କିନ୍ତୁଅଠର ଦିନର
ଏଯେ ଯୁଗ ଯୁଗବ୍ୟାପୀ
ମୁଁଥିବା ପର୍ଯ୍ୟନ୍ତଯୁଝୁ ଥିବି
ହେଲେ ହେଅନନ୍ତ
ଭୟ ହୁଏ
ଅର୍ଜୁନଙ୍କ ଠାରୁକୌଶଳେ
ହରି ନେଲା ଭଳି
ଫେରାଇ ନେବନି ତ
ତୁମ ଶକ୍ତି ଧନ ?
(04-04-2000)

COMMENTS OF THE POEM
Kumarmani Mahakul 29 November 2020

ମୋଆତ୍ମସତ୍ତାଆନ୍ଦୋଳିତ ସତତଉତ୍ତିଷ୍ଠ ବିଲ ୀନହେବା ପାଇଁ ପ୍ରେମର ସେଇଅଫୁରନ୍ତଉତ୍ସରେ ମୋ ଆତ୍ମ ଚେତନାଉର୍ଦ୍ଧଗାମୀ ସୋପାନରୁ ସୋପାନ ବିସ୍ତରିବା ପାଇଁ ମାଟିରୁ ଆକାଶ......କି ଚମତ୍କାର ବର୍ଣ୍ଣନା ସତେ । ଆତ୍ମସତ୍ତା ଆଉ ପ୍ରେମ ହୃଦୟର ନିଭୃତ କୋଣରୁ ହେଉଛନ୍ତି ଉର୍ଦ୍ଧଗାମୀ । ଅତି ସୁନ୍ଦର ଗୀତ ଟିଏ । ବହୁତ ଧନ୍ୟବାଦ କବୟତ୍ରୀ ମହାଶୟା । ସମ୍ପୂର୍ଣ ପାଞ୍ଚରୁ ପାଞ୍ଚ ତାରକା ।

0 0 Reply
Kumarmani Mahakul 26 February 2019

Swinging in the swing of dream certainly gives joy and grief goes away. From the infinite sky love drops fall as rain of grace of God. He giving energy and courage makes every person energetic. With respect to the Mahabharata context you have beautifully penned this interesting poem...10

1 0 Reply
Rajendra Rout 23 April 2019

I agree with you Kumarmani Mahakul sir lovely poem

0 0
READ THIS POEM IN OTHER LANGUAGES
Close
Error Success