ଅବଶୋଷ Poem by Bharati Nayak

ଅବଶୋଷ

Rating: 5.0

ଜୀବନରଅନେକକିଛି
ଅବଶେଷ ଅବଶୋଷ
ସିନ୍ଦୁର ଅଳତା ରଙ୍ଗରେ
ଢାଙ୍କିଯାଇଥିବା
ଜୀବନରଆଉସବୁରଙ୍ଗ
ବେଳେବେଳେଚମକି ଆସନ୍ତି
ମାଟିକୁଫଟେଇ ଅଙ୍କୁରୋଦଗମଭଳି
ସମ୍ଭାବନାରସମ୍ଭାରରେ
ସ୍ବପ୍ନ ମାନେପତ୍ର ମେଲି ଦିଅନ୍ତି
କେତେ ସ୍ବପ୍ନଖରା ତାତି ରେଝାଉଁଳିପଡିଛନ୍ତି
ଆଉ କେତେଭୀତତ୍ରସ୍ତମୂଷିକ ସମ
କେଉଁ ଏକ ସୁଡ଼ଙ୍ଗରେ ଆଶ୍ରୟ ଲୋଡ଼ନ୍ତି

ମୋର ସେଇଅଧା ରାସ୍ତାରେ
ଛାଡି ଆସିଥିବାସ୍ବପ୍ନମାନଙ୍କର
ଖବର ରଖିବାକୁ
ବେଳ ଗୋଟାଉଗୋଟାଉ
ରାତିପାହିପୁଣିସନ୍ଧ୍ୟାନଇଁ ଯାଏ
ରାତି ପରେ ଦିନବିତିଯାଏ
ଦିନ ପରେ ଦିନ, ମାସ ପରେ ବର୍ଷ
ଗଡ଼ିଯାଏ
ହେଲେସ୍ବପ୍ନ ମାନେ
ପ୍ରଭାତର ଶିଶିର ସ୍ନାତଫୁଲ ପରି
ସଦାଜୀବନ୍ତ
ମୋ ଭାବନା ର ବଗିଚାରେ

POET'S NOTES ABOUT THE POEM
It is a poem in Odia language
COMMENTS OF THE POEM
Kumarmani Mahakul 05 July 2019

ମୋର ସେଇଅଧା ରାସ୍ତାରେ ଛାଡି ଆସିଥିବାସ୍ବପ୍ନମାନଙ୍କର ଖବର ରଖିବାକୁ ବେଳ ଗୋଟାଉଗୋଟାଉ ରାତିପାହିପୁଣିସନ୍ଧ୍ୟାନଇଁ ଯାଏ ରାତି ପରେ ଦିନବିତିଯାଏ ଦିନ ପରେ ଦିନ, ମାସ ପରେ ବର୍ଷ ଗଡ଼ିଯାଏ ହେଲେସ୍ବପ୍ନ ମାନେ ପ୍ରଭାତର ଶିଶିର ସ୍ନାତଫୁଲ ପରି ସଦାଜୀବନ୍ତ ମୋ ଭାବନା ର ବଗିଚାରେ......ଏହା ଜୀବନ ଦର୍ଶନର ଏକ ଜ୍ଵଳନ୍ତ ଉଦାହରଣ. Great philosophical poem is so touchingly delineated in odiya language with nice theme..Thanks for sharing.

0 0 Reply
Bharati Nayak 05 July 2019

My hearty thanks for your wonderful review of my poem.

0 0
READ THIS POEM IN OTHER LANGUAGES
Close
Error Success