ଉଡ଼ାଣ Poem by Bharati Nayak

ଉଡ଼ାଣ

Rating: 5.0

ପକ୍ଷୀ ଶାବକ ଥଣ୍ଟ ରେ
ମା ପକ୍ଷୀଟି ର
ଖାଦ୍ୟ ଭରିଦେବାରଦୃଶ୍ୟ
ଅତିସାମାନ୍ୟ
କିନ୍ତୁ କେଡେମନୋରମ
କେତେକୋମଳ ,
କେତେପ୍ରୀତିପଦଶୁଭେ
ପକ୍ଷୀର କାକଳି
ଆନନ୍ଦ ମୁଖରିତ ସେମାନଙ୍କ ସଂସାର
ମାଆରଉଷୁମ କୋଳରୁ
ଦିନେ ପକ୍ଷୀ ଶାବକଟି ଉଡିଯିବ
ଏତଅତି ପ୍ରକୃତିରଚିରାଚରିତ ନିୟମ !

ମା ' ତଶାବକ ଡେଣାରେ
ଶକ୍ତି ଭରି ଦେବାପାଇଁ
ସାଉଁଟୁ ଥାଏ ଆହାର
ଶିଖାଉ ଥାଏତାକୁଉଡିବାରକୌଶଳ ,

ଆଜିଯେବେ
ଶାବକ ଟିଡେଣା ଫଡାକାଏ
ଆକାଶକୁଲମ୍ଫଦେବା ପାଇଁ
ମା କାହିଁକି ବିରସଆଖି ରେ
ଚାହିଁ ରହେ ?
ଏତଜଗତିକ ନିୟମ
ଛାଡିଦିଅ , ଛାଡି ଦିଅ ତାକୁ
ଉଡିବାକୁ ଦିଅ
ତାକୁ ବିସ୍ତାରିବାପାଇଁଦିଅ
ସେ ପରାତୁମ ଶକ୍ତିର ବାହକ !

Saturday, July 13, 2019
Topic(s) of this poem: flying,life,mother and child
COMMENTS OF THE POEM
Kumarmani Mahakul 13 July 2019

sorry it will be ଧାରଣା.

0 0 Reply
Kumarmani Mahakul 13 July 2019

ପ୍ରକୁତିର ଚିରାଚରିତ ନିଯମ ରହିଛି ଯଦିବି ପକ୍ଷୀ ଶାବକ ଉଡିଯିବ ତା ମା ଉଷୁମ କୋଳରୁ ତଥାପି ମା ହ୍ରୁଦୟ କାନ୍ଦି ଉଠେ ମମତା ଦ୍ରୁସ୍ଟିରୁ ଅନାବିଳ ପ୍ରେମେ ବନ୍ଧା ଦୁଇଟି ହ୍ରୁଦୟ ଭୁଲିକି ପାରିବ ଜନ୍ମ ଦାତ୍ରୀ ଜନନୀର ମନ? ହେ କବ୍ୟୟତ୍ରୀ ମହାଶୟା, ତବେ ଧନ୍ୟବାଦ ବିଚିତ୍ର ଭାବେ କରିଛ ଏ ଗୀତ ରଚନା ଉତ୍କୃଷ୍ଟ ଧରଣା ବହି ଅଛି ଏ କବିତା.(This is a beautiful poem on love among mother bird and her birdlings having touching expression. Thanks for sharing.)

0 0 Reply
Bharati Nayak 13 July 2019

My hearty gratitude Sir for your wonderful review through your poetic words.A mother cares for her child and wishes him to be a big man in life.But when time comes for separation she feels sad for obvious reasons.

0 0
READ THIS POEM IN OTHER LANGUAGES
Close
Error Success