କବିତା ର ଋତୁ Poem by Bharati Nayak

କବିତା ର ଋତୁ

Rating: 5.0

କବିତା ଆସିଥିଲା
ସମୁଦ୍ରର ଜୁଆର ପରି
ଭାଙ୍ଗି ଭାଙ୍ଗି ଲହଡି
ହଳଦୀ ବସନ୍ତରରଙ୍ଗନେଇ
ମନକୁ ସ୍ବପ୍ନ ରେ ସଜେଇ!

ତାଡେଣାରେବୋହିଆଣିଥିଲା
ବର୍ଷା ର ଟୋପାଟୋପାଅଶ୍ରୁ
ଆଉକେତେବେଳେ ନିର୍ମଳ ଖରାର ଝିଲମିଲ
ଆଣିଥିଲା ଫଗୁଣର ମତୁଆଲା ପବନରେ
ରାଶିରାଶି ଫୁଲର ମହକ
ଆଉ ଅନେକରଙ୍ଗର ରୋଷଣୀ !
କେତେବେଳେ କବିତା ପାଲଟି ଗଲା
ଖାଲି ବିଷାଦର ଋତୁ
ଖୋଜୁ ଥିଲା ନିଜଛବି
ଶୀତ ରାତିରକାକରରେ
ଆଉଜଣାନାହିଁ , କେତେବେଳେ
ନିଶବ୍ଦ ରେଉଭାନ ହୋଇଗଲା
ମିଳାଇଗଲା ପବନରେ ,
ମୁଁଆଜିବି ଖୋଜୁଛି
ମୋପ୍ରିୟ କବିତାର ଠିକଣା
ଡାଏରୀ ର ଛିନ୍ନ ପୃଷ୍ଠା ରେ- -

COMMENTS OF THE POEM
Kumarmani Mahakul 02 October 2020

ଦେଖି ଟବ କବିତାର ଉତ୍କର୍ଷ ବର୍ଣନା ମନ ମୋର ଟାଣି ହେଲା ପଢିବାକୁ ପୁଣି ଆପଣଙ୍କ କବିତାତି ନିର୍ଝର ତଟିନୀ ବହି ଆସେ ଝର ଝର କାଲାମ ମୁନରୁ ହୃଦୟ ରୂପକ ପର୍ବତ ସନ୍ଧିରୁ ବାସ୍ତବିକ ଲିଖନୀ ଟବ ହୃଦୟର ଚାବି ଖୋଲି ପାରେ ସହସ୍ର ହୃଦୟ।

0 0 Reply
Kumarmani Mahakul 13 July 2019

ରାଶିରାଶି ଫୁଲର ମହକ ଆଉ ଅନେକରଙ୍ଗର ରୋଷଣୀ! ........chamatkar e bhaba uddipaka sabda sanjojana. Manibaku heba apananka likhana pranaliku. Bahut sundara kabita. Mo tarafuru sampurna dash paantu. (These two lines reveal the outstanding feelings on flowers and nature along with the creation of this poem. Really it is a beautiful poem on season for poems having touching expression in odiya language. Thanks for sharing.10

0 0 Reply
Bharati Nayak 14 July 2019

Thank you respected Poet Sri Kumarmani mahakul.I am much obliged for your lovely reviews of my poems.

0 0
READ THIS POEM IN OTHER LANGUAGES
Close
Error Success