ତୁମ ସହ ପଦଟିଏ କଥା,
ଭୂଲାଇଦେଲା ମୋ ଗଲା
ଯୁଗ ଯୁଗ ଜଳିଥିବା,
ଛଟପଟ ହୋଇଥିବା,
ମାଟି ପାଣି ପବନରେ
ଖୋଜି ହୋଇଥିବା
ଅୟୁତ ମୂହୁର୍ତ୍ତ ଆଉ
ବିରହ ର ବ୍ୟଥା ।।
ଆଜି ଏଇ
କଥା ପଦେ ତୁମ,
ମୋ ଭିତରେ ଆଣିଦେଲା
ତୄଷ୍ଣା ର ଜୁଆର ।।
ଚେଇଁଦେଲ,
ତୁମେ ମୋ ଭିତରେ
ଦୁନିର୍ବାର ମୋହ ବଞ୍ଚିବାର
ଏବେ ଆଉ ଏ ଦୁନିଆ
ଛାଡ଼ି ପାରିବିନି ।।
ତୁମେ ଯେଉଁ
ମାଟିରେ ଚାଲୁଛ,
ତୁମେ ଯେଉଁ
ପାଣିକୁ ଛୁଉଁଛ,
ସେ ଦୁନିଆ ସୀମା ଆରପାରେ
ରହି ପାରିବିନି ।।
ତୁମ ଶ୍ବାସ
ଛୁଉଁନାହିଁ ଯେଉଁ ପବନକୁ
ତାକୁ ନେଇ
ମୂହୁର୍ତ୍ତେ ବି ବଞ୍ଚିପାରିବିନି ।।।
ଆଜି ଏଇ କଥା ପଦେ ତୁମ, ମୋ ଭିତରେ ଆଣିଦେଲା ତୄଷ୍ଣା ର ଜୁଆର ।। Loved reading it. 10+++
Hi Dp dear, Thanks for such lavishing remarks and beautiful words of encouragement.
ତୁମ ଶ୍ବାସ ଛୁଉଁନାହିଁ ଯେଉଁ ପବନକୁ ତାକୁ ନେଇ ମୂହୁର୍ତ୍ତେ ବି ବଞ୍ଚିପାରିବିନି ।।। So much love within? Great lover within you indeed...Thanks for the lovely poem.
Hi Sabita, Thanks for such lavishing remarks and beautiful words of encouragement.
Thanks for the love for our language. Will try to translate it. Sorry for the late response.
ତୁମ ଶ୍ବାସ ଛୁଉଁନାହିଁ ଯେଉଁ ପବନକୁ ତାକୁ ନେଇ ମୂହୁର୍ତ୍ତେ ବି ବଞ୍ଚିପାରିବିନି ।। what a great passion for the beloved. Beautiful.10 for the sharing.
Hi dear Rimi, Thanks for such lavishing remarks and beautiful words of encouragement.
This poem has not been translated into any other language yet.
I would like to translate this poem
ଆଜି ଏଇ କଥା ପଦେ ତୁମ, ମୋ ଭିତରେ ଆଣିଦେଲା ତୄଷ୍ଣା ର ଜୁଆର ।। Lovely poem. I enjoy this poem
Hi Rajendra, Thanks for such lavishing remarks and beautiful words of encouragement.