ଚିହ୍ନା ଚିହ୍ନା ଆଖିପତା ତଳେ -01 (Chinha Chinha Akhi Pata Tale - 01/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -01 (Chinha Chinha Akhi Pata Tale - 01/ Odia Poem)

Rating: 5.0

ଥରୁଟିଏ - -

ଥରୁଟିଏ ପାଇଁ

ତମ ସାଥେ

ଆଖି ମିଶିଗଲା ।।


ଏବେ ଆଉ

ମୋ ଭିତରେ

ସତେ ଅବା ମୁଁ ନୁହେଁ

ଆଉ କେହି ଥିଲା-


ଆକାଶ ରେ ମେଘ ଥିଲା

ପ୍ରଣୟ ବିଭୋର,


ଖିଲି ଖିଲି ହସୁଥିଲା ଜହ୍ନ

ବୁଣୁଥିଲା ପରାଗ ର ରେଣୁ

ସମୁଦ୍ର ର ନୀଳ ଜରାୟୁ ରେ,


ମୋ ଆଖି ର ପଲକେ ପଲକେ

ତୁମେ ମୟ ସ୍ୱପ୍ନଟିଏ ଥିଲା-


ଏ ଅଚିହ୍ନା ସାରା ଦୁନିଆ ରେ

ସବୁ କିଛି ଲାଗୁଥିଲା

ଅଛି ମୋର ହାତ ପାଆନ୍ତା ରେ-


ଥରୁଟିଏ ମୁଁ ନିଜକୁ

ହଜାଇଲା ପରେ,

ମୂହୁର୍ତ୍ତକ ପାଇଁ ହେଉ ପଛେ

ମୋ ପ୍ରିୟା ର ନୀଳ ନୀଳ

ଆଖି ର କଜଳେ,


ସବୁ କିଛି ମିଳିଗଲା ମୋତେ

ତୁମର ସେ

ଚିହ୍ନା ଚିହ୍ନା ଆଖି ପତା ତଳେ ।।

Wednesday, February 21, 2018
Topic(s) of this poem: eyes,love and friendship
COMMENTS OF THE POEM
Rajendra Rout 07 March 2018

ସବୁ କିଛି ମିଳିଗଲା ମୋତେ ତୁମର ସେ ଚିହ୍ନା ଚିହ୍ନା ଆଖି ପତା ତଳେ ।। Lovely creation.i enjoy this lovely poem

1 0 Reply
Sanjukta Sahoo 21 February 2018

ମୋ ଆଖି ର ପଲକେ ପଲକେ ତୁମେ ମୟ ସ୍ୱପ୍ନଟିଏ ଥିଲା- Romantic, lovely creation dear poet. Keep it up. 10

1 0 Reply
Sanjukta Sahoo 21 February 2018

ମୋ ଆଖି ର ପଲକେ ପଲକେ ତୁମେ ମୟ ସ୍ୱପ୍ନଟିଏ ଥିଲା- Romantic, lovely creation dear poet. Keep it up.

1 0 Reply
Prativa Rani 21 February 2018

ଖିଲି ଖିଲି ହସୁଥିଲା ଜହ୍ନ ବୁଣୁଥିଲା ପରାଗ ର ରେଣୁ ସମୁଦ୍ର ର ନୀଳ ଜରାୟୁ ରେ, Highly poem, thanks for the sharing Sir. 10+++ for the lovely poem.

1 0 Reply
Prativa Rani 21 February 2018

ଖିଲି ଖିଲି ହସୁଥିଲା ଜହ୍ନ ବୁଣୁଥିଲା ପରାଗ ର ରେଣୁ ସମୁଦ୍ର ର ନୀଳ ଜରାୟୁ ରେ, Highly poem, thanks for the sharing Sir.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success