ଶରତ ର ଗୀତ- 01 (Songs Of Autumn-01/ Odia Poem) Poem by Subhas Chandra Chakra

ଶରତ ର ଗୀତ- 01 (Songs Of Autumn-01/ Odia Poem)

Rating: 5.0

ଧଳା ଧଳା ଆଖି ପତା ମେଲି

କାଶତଣ୍ଡୀ ସ୍ୱପ୍ନ ରେ ବିଭୋର,

ନୀଳ ନୀଳ ଆକାଶୀ ଆଖି ରେ-

ନି8ସଙ୍ଗତା, ଖାଁ ଖାଁ, ବର୍ଷା ର ବିରହ ।।


ଶେଫାଳୀ ର ଟପ୍ ଟପ୍ ଲୁହ,

ସକାଳ ର ଚିକିମିକି ଘାସ ର ଚିବୁକେ-

କୋହ ମୋହ ସ୍ମୃତି ର ଆଞ୍ଚୁଡା-

କୋହ ମୋହ ଗଭୀର କ୍ଷତ ରେ ।।


ଯୁଗ ର ସାଇତା ସ୍ୱପ୍ନ

ଟଳ ମଳ ଆଖି ର କଜଳେ,

ନୀଳ ନୀଳ ଛବି ଫୁଟି ଉଠେ-

ଲୁହ ର କାକର ଆଉ

ମଲା ଜହ୍ନି ଫୁଲ ର ଓଠ ରେ ।।


ଝାଳୁଆ ଶରତ ସଞ୍ଜ

ଅନ୍ଧାର ରେ ଜକଜକ କରେ-

ସଞ୍ଜ ଦୀପ, ହୁଳୁହୁଳି,

ଆକାଶ ଦୀପ ରେ ।।

Wednesday, February 14, 2018
Topic(s) of this poem: autumn
POET'S NOTES ABOUT THE POEM
Poems written during 1985 to 1990.
COMMENTS OF THE POEM
Sanjukta Sahoo 14 February 2018

ଝାଳୁଆ ଶରତ ସଞ୍ଜ ଅନ୍ଧାର ରେ ଜକଜକ କରେ- ସଞ୍ଜ ଦୀପ, ହୁଳୁହୁଳି, ଆକାଶ ଦୀପ ରେ ।। Beautiful sketch of rural Odisha in the Autumn days. 10+++

4 0 Reply
Prativa Rani 14 February 2018

ଯୁଗ ର ସାଇତା ସ୍ୱପ୍ନ ଟଳ ମଳ ଆଖି ର କଜଳେ, ନୀଳ ନୀଳ ଛବି ଫୁଟି ଉଠେ- ଲୁହ ର କାକର ଆଉ ମଲା ଜହ୍ନି ଫୁଲ ର ଓଠ ରେ ।। Lovely and poem,10.

4 0 Reply
Lalatendu Kabi 27 October 2023

Why did you not write in English, sir?

0 0 Reply
Sabita Sahoo 07 November 2020

Love to read the poem again and again. Thanks for so beautiful a poem in Odia dear Sir.

0 0 Reply
Bhagabat Prasad Hotta 02 November 2018

ଶରତ ଋତୁ ର ମନୋରମ ପ୍ରାକୃତିକ ଦୃଶ୍ୟ ମନ ଭିତରେ ଏକ ଆନନ୍ଦର ଭାବ ସୃଷ୍ଟି କରିଥାଏ..

0 0 Reply
Sabita Sahoo 30 June 2018

ଶେଫାଳୀ ର ଟପ୍ ଟପ୍ ଲୁହ, ସକାଳ ର ଚିକିମିକି ଘାସ ର ଚିବୁକେ- କୋହ ମୋହ ସ୍ମୃତି ର ଆଞ୍ଚୁଡା- କୋହ ମୋହ ଗଭୀର କ୍ଷତ ରେ Quite beautiful poem.Great sharing. 10+++++++++

0 0 Reply
Sanghamitra Nayak 02 March 2018

ଝାଳୁଆ ଶରତ ସଞ୍ଜ ଅନ୍ଧାର ରେ ଜକଜକ କରେ- ସଞ୍ଜ ଦୀପ, ହୁଳୁହୁଳି, ଆକାଶ ଦୀପ ରେ ।। Beautiful sketch of rural Odisha in the Autumn days. Thanks for the sharing. Mitra.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success