ତୁମକୁ ଭେଟିବା ପରେ-043 (Tumaku Bhetiba Pare-43/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-043 (Tumaku Bhetiba Pare-43/Odia Poem)

Rating: 5.0

ଆଜି ତୁମେ ମୋର
ସପନ ର ନୀଳ ପରୀ,
ମୋ ଶୂନ୍ୟ ଆକାଶେ
ଦେଇଛ ନୀଳିମା ଭରି-
ତୁମେ ଆଜି ମୋର
ଆକାଶ ର ଅସ୍ତରାଗ,
ମୋ ଶୁଷ୍କ ଜୀବନେ
ଜୀଇଁବା ର ଅନୁରାଗ ।



ତୁମେ ସପ୍ତ ରଂଗୀ
ଇନ୍ଦ୍ର ଧନୁ ର ମୋହ...
ସେ ସବୁଜ ଭୂଇଁ
ସବୁଜିମା ଟହଟହ,
ମୋ ଆଖି ଆକାଶେ
ତୁମେ ଅନ୍ତରଙ୍ଗ ଛବି,
ମୋ ପ୍ରତି ସକାଳେ
ଆକାଂକ୍ଷା ର ନୀଳ ଛବି!
ଯେବେ ଠାରୁ ତମେ
ଆକାଶେ ଆସିଲ ନାହିଁ,
ସେବେ ଠାରୁ ମୋର
ଅନ୍ତରେ ରକ୍ତ କଇଁ! !
ଭରା ଭରା ସାରା
ମନ ସରସୀ ର ଜଳ,
ମନ ଲାଖି ମନ
ପାଇବା ରେ ଛଳ ଛଳ!

ଏବେ ନାହିଁ ଆଉ-
ଦୁଃଖ ତୁମେ ନ ଥିବା ର
ସାରା ଆକାଶ ରେ
ଦେଖୁଚି ମୁହଁ ତୁମର।।
ମୋ ସାଥୀ ଗୋ ନୀଳ ପରୀ!
ତୁମ ସାଥେ ସଖୀ,
ପାରି ହେବି ସତେ ଜୀବନର ନୀଳ ତରୀ?

Thursday, September 14, 2017
Topic(s) of this poem: fairy,loneliness
COMMENTS OF THE POEM
Anita Aparajita Das 09 October 2017

ଏବେ ନାହିଁ ଆଉ- ଦୁଃଖ ତୁମେ ନ ଥିବା ର ସାରା ଆକାଶ ରେ ଦେଖୁଚି ମୁହଁ ତୁମର।। ମୋ ସାଥୀ ଗୋ ନୀଳ ପରୀ! ତୁମ ସାଥେ ସଖୀ, ପାରି ହେବି ସତେ ଜୀବନର ନୀଳ ତରୀ? Lovely poem shared,10++ for it.

0 0 Reply
Seema Sharma Rimi 24 September 2017

ଭରା ଭରା ସାରା ମନ ସରସୀ ର ଜଳ, ମନ ଲାଖି ମନ ପାଇବା ରେ ଛଳ ଛଳ! Beautiful line, thanks poet.

1 0 Reply
Seema Sharma Rimi 21 September 2017

ଏବେ ନାହିଁ ଆଉ- ଦୁଃଖ ତୁମେ ନ ଥିବା ର ସାରା ଆକାଶ ରେ ଦେଖୁଚି ମୁହଁ ତୁମର।। ମୋ ସାଥୀ ଗୋ ନୀଳ ପରୀ! ତୁମ ସାଥେ ସଖୀ, ପାରି ହେବି ସତେ ଜୀବନର ନୀଳ ତରୀ? Nicely painted the colour of love, thanks poet. 10+++

2 0 Reply
Biswa Ranjan Nayak 19 September 2017

ତୁମେ ସପ୍ତ ରଂଗୀ ଇନ୍ଦ୍ର ଧନୁ ର ମୋହ... ସେ ସବୁଜ ଭୂଇଁ ସବୁଜିମା ଟହଟହ, ମୋ ଆଖି ଆକାଶେ ତୁମେ ଅନ୍ତରଙ୍ଗ ଛବି, ମୋ ପ୍ରତି ସକାଳେ ଆକାଂକ୍ଷା ର ନୀଳ ଛବି! Nice poem.

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success