ତୁମକୁ ଭେଟିବା ପରେ-052 (Tumaku Bhetiba Pare-52/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-052 (Tumaku Bhetiba Pare-52/Odia Poem)

Rating: 5.0

ଆକାଶ ଟା ଆଜି ଖାଲି ଖାଲି

ସବୁଆଡେ ନିରାଶା ର ବାଲି

ଏତେ ଚଳ ଚଞ୍ଚଳତା ଘେରା-

ଚାରି ପାଖେ, ମୁଁ ଦେଖେ ସାହାରା!


ତୁମେ ନାହଁ ଯେଉଁ ଦୁନିଆ ରେ

ସେଠି ମୋର ନାହିଁ କିଛି କାମ,

ତୁମ ସ୍ୱର ଶୁଭେନି ଯେଉଁଠି

ମୋ ପାଇଁ ସେ ମରଣ ର ଧାମ ।।



ଯଦି କେବେ ଆଗଥର ପରି

ଛାଡିଯାଅ ମୋତେ ଏକା କରି

ଅବା କେଉଁ ଉଦାସ ଲଗନେ

ରାଗ ମୋତେ, ଦେବ ସତେ ମାରି!


ତୁମ ରାଣ,

ସେଇ ହେବ ଏ ଜନ୍ମ ରେ

ମୋର ଶେଷ ଦିନ! !

ତୁମକୁ ଭେଟିବା ପରେ-052 (Tumaku Bhetiba Pare-52/Odia Poem)
Sunday, September 24, 2017
Topic(s) of this poem: loneliness,longing,love
COMMENTS OF THE POEM
Rajendra Rout 06 December 2017

ତୁମେ ନାହଁ ଯେଉଁ ଦୁନିଆ ରେ ସେଠି ମୋର ନାହିଁ କିଛି କାମ, ତୁମ ସ୍ୱର ଶୁଭେନି ଯେଉଁଠି ମୋ ପାଇଁ ସେ ମରଣ ର ଧାମ । lovely poem sharing sir 10+++++

0 0 Reply
Prativa Rani 23 November 2017

ତୁମେ ନାହଁ ଯେଉଁ ଦୁନିଆ ରେ ସେଠି ମୋର ନାହିଁ କିଛି କାମ, ତୁମ ସ୍ୱର ଶୁଭେନି ଯେଉଁଠି ମୋ ପାଇଁ ସେ ମରଣ ର ଧାମ । Great emotional appeal not to separate. Thanks poet. 10++

0 0 Reply
Alina Kaikeyi 31 October 2017

ଆକାଶ ଟା ଆଜି ଖାଲି ଖାଲି ସବୁଆଡେ ନିରାଶା ର ବାଲି ଏତେ ଚଳ ଚଞ୍ଚଳତା ଘେରା- ଚାରି ପାଖେ, ମୁଁ ଦେଖେ ସାହାରା! lovely poem.10++

0 0 Reply
Seema Sharma Rimi 25 September 2017

ତୁମେ ନାହଁ ଯେଉଁ ଦୁନିଆ ରେ ସେଠି ମୋର ନାହିଁ କିଛି କାମ, ତୁମ ସ୍ୱର ଶୁଭେନି ଯେଉଁଠି ମୋ ପାଇଁ ସେ ମରଣ ର ଧାମ । Great emotional appeal not to separate. Thanks poet. 10+++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success