ତୁମକୁ ଭେଟିବା ପରେ-053 (Tumaku Bhetiba Pare-53/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-053 (Tumaku Bhetiba Pare-53/Odia Poem)

Rating: 5.0

ତୁମକୁ ଛାଡି ଏଇଠି
ଦୂରକୁ ଯିବାକୁ
ଆଜି ମନ ବଳୁନାହିଁ ଜମା-

ତୁମରି ଆଗେ ଏଇଠି
ବସି ମୁଁ ରହନ୍ତି
ଯାଆନ୍ତି ନି କେଉଁଠି କି ଜମା...


ଆଜି ଯାଏ କରୁଥିଲ
ଯାଦୁ ମୋ ଉପରେ
ତୁମ ଆଖି ନୀଳ ଚାହାଣୀ ରେ-

ଆଜି ମୋତେ ବାନ୍ଧି ନେଲ
ଜନ୍ମ ଜନ୍ମ ପାଇଁ
ତୁମ ନୀଳ ନୀଳ ଅକ୍ଷର ରେ....


ଆଖି ଆଖି ଚାହାଣୀ ରେ
ତିୁମ, ଥିଲା ଗୋଟେ
ଉଷୁମ ପରଶତୁମ ରକ୍ତିମ ଓଠ ର-

ଆଜି ଏଇ ନୀଳ ଚିଠି
ନୀଳ ଅକ୍ଷର ରେ
ଉଷ୍ମତମ ଆମନ୍ତ୍ରଣ, ତୁମ ଅନ୍ତର ର...


ତୁମ ଟିକି କାହାଣୀ ରେ
ଆଜି ଗୋଟେ ମୋଡ
ଆଣି ଦେଉ ଶବ୍ଦ ର ଯାଦୁ ରେ-

ମୋ ହାତ ରେ ଥାପି ଦେଇ
ଏଇ ନୀଳ ଚିଠି-
ଭିଜା ତୁମ ଆତ୍ମା ର ସ୍ପର୍ଶ ରେ...


ମୁଁ ଜାଣିଛି କେତେ ଉଷ୍ମ
କେତେ ଗଭୀରତା-
ମୋ ପାଇଁ ତୁମ ର ଏଇ, ଭଲ ପାଇବା ରେ.....

Monday, October 9, 2017
Topic(s) of this poem: longing,love
COMMENTS OF THE POEM
Anuranjita Ghadei 25 November 2017

ମୁଁ ଜାଣିଛି କେତେ ଉଷ୍ମ କେତେ ଗଭୀରତା- ମୋ ପାଇଁ ତୁମ ର ଏଇ, ଭଲ ପାଇବା ରେ..... A very melodic love poem. thanks for sharing one in Odia language after so many days. A 10+++ for it.

0 0 Reply
Prativa Rani 13 October 2017

ମୁଁ ଜାଣିଛି କେତେ ଉଷ୍ମ କେତେ ଗଭୀରତା- ମୋ ପାଇଁ ତୁମ ର ଏଇ, ଭଲ ପାଇବା ରେ..... 10+++

1 0 Reply
Sanjukta Sahoo 10 October 2017

ମୋ ହାତ ରେ ଥାପି ଦେଇ ଏଇ ନୀଳ ଚିଠି- ଭିଜା ତୁମ ଆତ୍ମା ର ସ୍ପର୍ଶ ରେ... ମୁଁ ଜାଣିଛି କେତେ ଉଷ୍ମ କେତେ ଗଭୀରତା- ମୋ ପାଇଁ ତୁମ ର ଏଇ, ଭଲ ପାଇବା ରେ..... A very melodic love poem. thanks for sharing one in Odia language after so many days. A 10+++ for it.

1 0 Reply
Rajendra Rout 09 October 2017

Wow! ! ! What a beautiful poem.sir I realy enjoy your poem.thanks for sharing10++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success