ଚିହ୍ନା ଚିହ୍ନା ଆଖିପତା ତଳେ -12 (Chinha Chinha Akhi Pata Tale - 12/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -12 (Chinha Chinha Akhi Pata Tale - 12/ Odia Poem)

Rating: 5.0

ବେଳେ ବେଳେ

ତମେ ମୋର ବେଶୀ ମନେ ପଡ ।


ମିଞ୍ଜି ମିଞ୍ଜି ଡିବିରି ଆଲୁଏ,

ଥର ଥର କାଲୁଆ ପବନେ,

ଶୀତ ରାତି ପାହାନ୍ତି ସପନେ-

ଅବସନ୍ନ ଭିତର ଟା

ଆଶଙ୍କିତ, ସଂକୁଚିତ

ହେଉଥିବା ବେଳେ -

ଭିତରେ ଭିତରେ ।।


କୁଳୁକୁଳୁ ଝରଣା ର-

ସୁଲୁ ସୁଲୁ ପବନ ର -

ଝର ଝର ଶ୍ରାବଣ ର -

ଗୀତ ଚିଏ-

ସୁଅ ହୋଇ, ସୁର ତୋଳି

ବର୍ଷିଗଲା ବେଳେ

ତମ କଥା

ନିଦ ପରି, ସ୍ୱପ୍ନ ପରି,

ମଲ୍ଲୀ କଢ ଭିଜା ବାସ୍ନା ପରି

ବହି ଆସେ କେଉଁ ଦୁନିଆ ରୁ

ଏ ବେଳା ରେ

ଖାଲି ଥାଏ ଗୋଟିଏ ମୂରତି-


ତମ ଆଖି ପତା ତଳେ

ଲୁଚିବା କୁ ଚାହୁଁ ଥିବା

ମୋ ଛାତି ତଳ ର

ଅଧା ସ୍ୱପ୍ନ, ଅଧା ଅଧା ଗୀତି-

ଏ ବେଳା ରେ

ଆଉ କିଛି ମନେ ବି ନଥାଏ-

ଖାଲି ଥାଏ ତୁମ କଥା-

ତୁମ କଥା ବେଶ ମନେ ପଡେ ।।

Monday, March 19, 2018
Topic(s) of this poem: eyes,looks,love and dreams,love and friendship
COMMENTS OF THE POEM
Abhipsa Panda 07 March 2019

very beautiful lines Sir...well penned

0 0 Reply
Prativa Rani 19 March 2018

ତମ ଆଖି ପତା ତଳେ ଲୁଚିବା କୁ ଚାହୁଁ ଥିବା ମୋ ଛାତି ତଳ ର ଅଧା ସ୍ୱପ୍ନ, ଅଧା ଅଧା ଗୀତି- Lovely poem shared. 10+++++++++++

0 0 Reply

Thanks Rani dear, . Thanks for the lovely remarks and the great words of encouragement

0 0
Prativa Rani 19 March 2018

ତମ ଆଖି ପତା ତଳେ ଲୁଚିବା କୁ ଚାହୁଁ ଥିବା ମୋ ଛାତି ତଳ ର ଅଧା ସ୍ୱପ୍ନ, ଅଧା ଅଧା ଗୀତି- Lovely poem shared.

0 0 Reply

Rani dear, Thanks for the lovely remarks and the great words of encouragement

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success