ତୁମ ଆଖି ଥରୁଟିଏ
ମୋ ଆଖିରେ ମିଶିଗଲା ପରେ-
ତମେ ଥାଅ,
ମୁଁ ଥାଏ,
ହେଲେ ପ୍ରିୟେ
ଏ ବେଳା ରେ
ତମେ କିନ୍ତୁ ରୁହ ନାହିଁ ଜମା
ମୋ ପାଇଁ
ଦେହ ହୋଇ
ରକ୍ତ ର, ମାଂସ ର ।
ଅନୁଭୂତି, ଉତ୍ତେଜନା-
ଚର୍ମ ର, ମନ ର।।
ତମେ ଯାଅ
ଆଖି ହୋଇ କେବଳ ଦୁଇଟି ।।
ମୋ ମାଟି ରୁ ଆକାଶ ର
ସାରା ଦିଗନ୍ତ ରେ-
ଚାରି ଆଡେ ତମ ଭୂରୁ-
କଳା କଳା,
ଯେଉଁ ଆଡେ
ଆଖି ମୋର ଚଳେ ।।
ଖାଲି ତମ ଆଖି ଆଉ ଆଖି
ଆଖି ଆଉ ତମେ-
ତମ ଆଖି
ଖୁବ ମନେ ପଡେ ।।।
ମୋ ମାଟି ରୁ ଆକାଶ ର ସାରା ଦିଗନ୍ତ ରେ- ଚାରି ଆଡେ ତମ ଭୂରୁ- କଳା କଳା, ଯେଉଁ ଆଡେ ଆଖି ମୋର ଚଳେ ।। Lovely line I enjoy this poem 💯+++++
ମୋ ମାଟି ରୁ ଆକାଶ ର ସାରା ଦିଗନ୍ତ ରେ- ଚାରି ଆଡେ ତମ ଭୂରୁ- କଳା କଳା, ଯେଉଁ ଆଡେ ଆଖି ମୋର ଚଳେ ।। Lovely expression. Thanks for the poem shared. 10++++++++++++++++++
Thank you dear for this beautiful remarks and encouragement. Thanks Rani.
ମୋ ମାଟି ରୁ ଆକାଶ ର ସାରା ଦିଗନ୍ତ ରେ- ଚାରି ଆଡେ ତମ ଭୂରୁ- କଳା କଳା, ଯେଉଁ ଆଡେ ଆଖି ମୋର ଚଳେ ।। Lovely expression. Thanks for the poem shared.
Thank you dear Rani for this beautiful remarks and encouragement. Thanks again for the evaluation.
This poem has not been translated into any other language yet.
I would like to translate this poem
ତୁମ ଆଖି ଥରୁଟିଏ ମୋ ଆଖିରେ ମିଶିଗଲା ପରେ- ତମେ ଥାଅ, ମୁଁ ଥାଏ, ହେଲେ ପ୍ରିୟେ ଏ ବେଳା ରେ ତମେ କିନ୍ତୁ ରୁହ ନାହିଁ ଜମା ମୋ ପାଇଁ ଦେହ ହୋଇ ରକ୍ତ ର, ମାଂସ ର । - - - - - - - - - - - ଚାରି ଆଡେ ତମ ଭୂରୁ- କଳା କଳା, ଯେଉଁ ଆଡେ ଆଖି ମୋର ଚଳେ ।। ଖାଲି ତମ ଆଖି ଆଉ ଆଖି - - - - - - -Wow- - What a lovely poem- - beyond expression.