ଛୁଇଁ ଦେଲେ ଝରିଯାଅ,
ଛୁଆଁ ଦେଲେ ଝୁରି ହୁଅ,
ଭଲ ଥିଲା
ପିଲା ବେଳ ଛୁଆଁ ଛୁଇଁ ଖେଳ ।
ମିଶି ଗଲେ ହଜି ଯାଅ,
ଦୂରେ ଗଲେ ପାଶେ ଥାଅ,
ତମ ଠାରୁ ବହୁ ଦୂରେ
ତମକୁ ମୁଁ ଖୋଜିବା ରେ
କଥା ଦିଅ-
ଦେବ ମତେ
ଏତେ ଟିିକେ ଦରଦୀ ଅନ୍ତର-
ବୁଝିବା କୁ
ଶିଶୁ ମନ,
ଆଲୋକ,
ଅନ୍ଧାର ।।
ଭଲ ଥିଲା ପିଲା ବେଳ ଛୁଆଁ ଛୁଇଁ ଖେଳ । Wow, so poem, so lovely. 10
କଥା ଦିଅ- / ଦେବ ମତେ /ଏତେ ଟିିକେ ଦରଦୀ ଅନ୍ତର- ବୁଝିବା କୁ / ଶିଶୁ ମନ, / ଆଲୋକ, / ଅନ୍ଧାର ।। A nice poem dear. Thanks. 10
This poem has not been translated into any other language yet.
I would like to translate this poem
It is a Hart touching poem.i loved it