ଶବ୍ଦ
କହି ଦିଅ, କହି ଦିଅ,
ସେଇ ଶବ୍ଦ ମାନଙ୍କୁ
ଯେଉଁମାନେ ଠିକ ଅଧା ରାସ୍ତାରେ ଅଟକି ରହିଛନ୍ତି
ତୁମେ କହିବ ନ କହିବ ହୋଇ
ଫେରାଇ ନେଉ ଥିବା କଥାଗୁଡିକ କହିଦିଅ
କାହିଁକିନା, କହିବି ବୋଲି
ଭାବିଲା ବେଳକୁ
କହିଲା ବେଳ ଗଡିଯାଇଥିବ
ତୁମେ କହୁନାହଁ
ବୋଧହୁଏ, କହିବା କୁ
ଠିକ ଶବ୍ଦଟିଏ ପାଇଁ ଧନ୍ଦି ହେଉଛ
ଅବା, ତୁମେ ନକହୁଥିବା
ଶବ୍ଦ ଗୁଡିକ
ମୁଁ ବୁଝି ନେଇଛି ବୋଲି ଭାବୁଛ
ଜୀବନ ଟା ବି ଏମିତି ଶବ୍ଦର ଖେଳ
କେତୋଟି ଶବ୍ଦରେ ଗଢି ହୋଇ ଯାଏ ଜୀବନ
ଅବା ଭାଙ୍ଗି ଯାଏ ସ୍ବପ୍ନ
ଆତ୍ମାର ଡାକ ସବୁ ଶବ୍ଦ ରେ ରୂପ ପାଏ
ବାନ୍ଧି ଦିଏ ଆତ୍ମାରେ ଆତ୍ମାକୁ
ଅବା ଭାଙ୍ଗି ଦିଏ ସମ୍ପର୍କର ସେତୁ
ମୁଁ କିନ୍ତୁ ଆଶ୍ଚର୍ଯ୍ୟ
ବିନା ଶବ୍ଦରେ
ତୁମ ନିକଟକୁ ପହଁରି ଯାଉଥିବା
ମୋର ଭାବନାକୁ ତୁମେ କେମିତି ବୁଝି ଯାଅ!
ଜୀବନଟା ଏମିତି ଶବ୍ଦର ଖେଳ କେତୋଟି ଶବ୍ଦରେ ଗଢ଼ା ହୋଇ ଯାଏ ଜୀବନ ଅବା ଭାଙ୍ଗିଯାଏ ସ୍ୱପ୍ନ.. Most wonderful poem madam.100+++++++
Many thanks Bhagabat Prasad Hotta for reading my poems and giving your valuable feedback.
ମୁଁକିନ୍ତୁ ଆଶ୍ଚର୍ଯ୍ୟ ବିନାଶବ୍ଦରେ ତୁମନିକଟକୁ ପହଁରିଯାଉଥିବା ମୋରଭାବନାକୁତୁମେ କେମିତି ବୁଝି ଯାଅ! Wonderful expression with rich revelation of powerful feelings and emotions....10
This poem has not been translated into any other language yet.
I would like to translate this poem
ଜୀବନ ଟା ବି ଏମିତି ଶବ୍ଦର ଖେଳ କେତୋଟି ଶବ୍ଦରେ ଗଢି ହୋଇ ଯାଏ ଜୀବନ ଅବା ଭାଙ୍ଗି ଯାଏ ସ୍ବପ୍ନ....great philosophical expression. Beautiful poem so touchingly delineated. Thanks for sharing. A 10