ଭଗ୍ନ ସ୍ବପ୍ନ Poem by Bharati Nayak

ଭଗ୍ନ ସ୍ବପ୍ନ

ଦୁଇ ଦିନଆଗେ, ଏଇ ମାର୍ଗେ
ଯାଉଥିଲା ଏକପଟୁଆର
ବାଣ ରୋଷଣୀ ଓ ନାନାଦି ରଙ୍ଗରଫୁଲଝର
ଆନନ୍ଦ ଉଲ୍ଲାସଓସ୍ବପ୍ନ ମାନେଭାସୁ ଥିଲେସଭିଙ୍କଆଖି ରେ
ମତୁଆଲା ଆନନ୍ଦର ତାଳଥିଲା ସେମାନଙ୍କ ପାଦରେ
ଝରି ପଡୁଥିଲାଗୀତଆଶାଓଆଲୋକର
ବାୟୁ ରେଖେଳିବୁଲୁଥିଲା ବାସ୍ନା ହର୍ଷ ଓଉଲ୍ଲାସ ର




ଯୁବରାଜସମ ଆସୀନମୋଟର ମଧ୍ୟେ ସୁସଜ୍ଜିତ ବର
ଗଳାରେପୁଷ୍ପହାର ଆଉ ସ୍ଵର୍ଣଅଳଙ୍କାର
ମଥାରେରଙ୍ଗୀନପଗଡି , ଆଙ୍ଗୁଳି ରେ ସ୍ଵର୍ଣମୁଦି
ପାଦରେମୂଲ୍ୟବାନପାଦୁକା , ଶରୀରରେରେଶମୀ ପଂଜାବୀ

କପାଳରେ ଚନ୍ଦନର ଟୋପା, ଆଖିରେଅସୁମାରୀ ସ୍ବପ୍ନ
ହୃଦୟେ ପ୍ରଚୁରଆବେଗ
ଏଇଯେମହାର୍ଘମୁହୂର୍ତଜୀବନର
ଆରଂଭିବେଏକ ନୂତନଜୀବନ

ଲମ୍ବିଛି ଏଇ ପଥ, ଏଇଗ୍ରାମରସରଣୀ
ଲଭିବେ ଗ୍ରାମ୍ୟ ବାଳାରୁପସୀତରୁଣୀ

ଅଦୂରେ ଶୁଭୁଚିଶୁଭଶଙ୍ଖଶୁଭହୁଳ ହୁଳି
ପଟୁଆରରସ୍ୱାଗତପାଇଁ ବ୍ୟସ୍ତ ସର୍ବନର ନାରୀ
ବାଳକବାଳିକାସବୁ ଧାଉଁଛନ୍ତିଦେଖିବାକୁ ଆଲୋକରରୋଷଣୀ
ବାଦ୍ୟତାଳେଶୁଭୁ ଥାଏସାହାନାଇରରାଗିଣୀ

ବ୍ରାହ୍ମଣ , ବାରିକ, ବାରୀକଣି, କନ୍ୟାପିତା ମାତା
ବଡବାପା, ବଡ ମା , ଆଉ ଯେତେବନ୍ଧୁଭ୍ରାତା
ବରଆଉବରଯାତ୍ରୀରସ୍ୱାଗତପାଇଁବ୍ୟତିବ୍ୟସ୍ତ
ମାତ୍ରକିଘଟିଲା, ଘଟିଲା କିବଜ୍ରପାତ !

ସାମାନ୍ୟ ବଚସା ନେଇ ଆରମ୍ଭ ହେଲାତୁମୁଳଯୁଦ୍ଧ
ଅଚିରେବିବାହମଣ୍ଡପସାଜିଲାକୁରୁକ୍ଷେତ୍ର
ହଣାହଣି ଲହୁଲୁହାଣ ହେଲେନର ନାରୀ
ବରପକ୍ଷକନ୍ୟାପକ୍ଷସଜିଲେ ସୈନ୍ୟ ସମହାତେ ଧରିତରବାରୀ

ଜଳିଲା ଗ୍ରାମ ଘର
ଜଳିଲା ଫୁଲ ହାର
ଜଳିଲା ବିବାହମଣ୍ଡପ
ଜାଳିଲେ ନିରୀହବୃଦ୍ଧ
ଜଳିଲାକୁନିଝିଅରଶରୀର
ଟଳିପଡିଲା ତେଜିଆନଯୁବକ
ଚତୁର୍ଦିଗେବାରୂଦ ର ପୋଡା ଗନ୍ଧ

ସକାଳେସେଠି ଥିଲାପାଉଁଶରଗଦା ଓପୋଡାଅଙ୍ଗାର
ସେଠିଥିଲା ପୋଡାଦେହବୃଦ୍ଧ, ଯୁବକ ଆଉ କୁନି ଝିଅର
ବାୟୁରେ ଖେଳୁ ଥିଲା କେବଳପୋଡା ଗନ୍ଧ
ସବୁ ରଙ୍ଗ ପୋଡିସାରିଥିଲା
ଥିଲାଖାଲିପୋଡାଅଙ୍ଗାର ରରଙ୍ଗ

ସ୍ବପ୍ନମାନେଜଳିସାରି ଥିଲେ
ଫୁଲ ମାନେମାରିସାରିଥିଲେ
କେବଳ କେତେକଖାକୀ ପୋଷାକ ଧାରୀ
ପ୍ରେତ ସମସେଠିଘୁରିବୁଲୁଥିଲେ

Thursday, September 26, 2019
Topic(s) of this poem: marriage,social behaviour,true,violence
POET'S NOTES ABOUT THE POEM
The poem is based on a true storyI read in the newspaper long back.I have not recorded its date.
COMMENTS OF THE POEM
Kumarmani Mahakul 08 March 2020

Once again I visited this poem for it's special attraction. It is really a beautiful poem in oriya language which gives an awareness against social Injustice. Thanks again.

0 0 Reply
Kumarmani Mahakul 01 October 2019

ବର୍ଣନା ଚାତୁରୀ ଅତ୍ୟନ୍ତ ମର୍ମସ୍ପର୍ଶୀ । ଘଟଣା ଅତ୍ୟନ୍ତ ଦୁଃଖପ୍ରଦାୟକ । ସୁନେଲି ସ୍ଵପ୍ନ ହୋଇଯାଇଛି ଧ୍ଵସ୍ତ ବିଧ୍ଵସ୍ତ । ବିବାହ ସୁସଜ୍ଜିତ ମଣ୍ଡପ ହୋଇଛି ଜ୍ଵଳାମୁଖୀ ରଣ କ୍ଷେତ୍ର । ସଂପ୍ରତି ସାମାଜିକ ବ୍ୟବହାର ଓ ଅସହିଷ୍ଣୁତାର ଏକ ନିଛୁକ ଚିତ୍ର ପ୍ରଦାନ କରିଛନ୍ତି ଆପଣ ଏ ଭାବ ଉଦ୍ଦୀପକ କବିତା ମାଧ୍ୟମରେ। ଧନ୍ୟବାଦ କବୟତ୍ରୀ ମହାଶୟା । (You have so touchingly delineated this poem on marriage, social behavior and violence. Nice penmanship. Thanks for sharing this heart touching poem.)

0 0 Reply
READ THIS POEM IN OTHER LANGUAGES
Close
Error Success