କୁବୁଜା -୨ Poem by Bharati Nayak

କୁବୁଜା -୨

Rating: 5.0

କୁବୁଜା -୨

କେତେ ଲୁହ, କେତେ ଯନ୍ତ୍ରଣା
କେତେବ୍ୟଥା ଆଉତୀକ୍ଷ୍ଣଶର
ତୋ ଛାତିରେଜମାଟବାନ୍ଧି ଥିଲା!
ଭାବୁ ଥିଲୁ- -କି ଅଭିଶପ୍ତଏ ଜୀବନ!
କି ବେଳାରେ ପାଇଲୁ ଜୀବନ,
ଜୀବନ ଟାସତେ ଅବାଖାଲିଏକଦୀର୍ଘଶ୍ୱାସ!

ଚମକିପଡ଼ୁଥିଲୁ
ଆଇନାରେ ନିଜ କୁରୂପଛବି ଦେଖି,
ଝରିପଡୁ ଥିଲା
ଚକ୍ଷୁରୁ ତପ୍ତ ଲୁହଧାର
ଭାବୁ ଥିଲୁ, ପିଠିରକୁବୁଜ ଟା
ସତେକି ପର୍ବତଟିଏତୋପୂର୍ବଜନ୍ମ ପାପ ର

ଏଇ ଯେ ସେ ସେଦିନ ଆସିବେ ବୋଲି
ତୋର କି ପ୍ରତୀକ୍ଷା,
ଛାତିରେ ସ୍ପନ୍ଦନ, ଆକୁଳିତ ପ୍ରାଣ!
ନିତିଦିନ ଦୁଷ୍ଟ କଂସ ର ସେବାରେ
ତୋରଦିନ ବହିଯାଉଥିଲା,
ହେଲେ, ଯେବେତୁ ଶୁଣିଲୁ, କୃଷ୍ଣ ଆସିବେ,
କି ଏକ ଆନନ୍ଦ ରେ ହେଲୁବିହ୍ଵଳ,
ଭୁଲିଗଲୁ, ସବୁ ଯନ୍ତ୍ରଣା,
ଅତୀତରସବୁ ସଂତାପ
ତାଙ୍କପାଇଁ ସଜାଡି ରଖିଲୁ
ନୂତନବସ୍ତ୍ର, ସୁଗନ୍ଧିତ ଚନ୍ଦନ ଆଉ ପୁଷ୍ପ ହାର
ଭୁଲି ଗଲୁନିଜର ଯାବତୀୟ ଅସୁନ୍ଦରତା

ଯେବେ ତାଙ୍କ ମଥାକୁ
ଚନ୍ଦନରଟିପାନେଇ ସ୍ପର୍ଶ କଲୁ
ଖେଳିଗଲା
ତୋ ପ୍ରାଣରେ ଆନନ୍ଦ ର ତଡ଼ିତ ଆବେଗ
ତୋର ଚକ୍ଷୁ ବିସ୍ଫାରିତ
ତାଙ୍କରସୁନ୍ଦରତା, ତାଙ୍କ ଦୟା, ତାଙ୍କ ମାୟା
ତୋତେ ଆବୋରି ନେଇଥିଲା,
ତୁଆଉ କୁବୁଜା ନଥିଲୁ,
ଥିଲୁଏକ ମୁକୁଳିତ ଆତ୍ମା
ଯେ ଆତ୍ମା ଚିରସୁନ୍ଦର
ତୋରସମସ୍ତ ଅସୁନ୍ଦରପଣ
ସେଇ ମୁହୂର୍ତ ରେ ହେଲାରୂପାନ୍ତରିତ

ତୋରପାପ, ତୋର ଦୁଃଖକୁସେ କୋଳେଇନେଲେ
ତାଙ୍କର ଅମୃତମୟସ୍ପର୍ଶ
ମୁହୂର୍ତ୍ତକେହରି ନେଇ ପାରେ ଯୁଗ ଯୁଗର ଅମାଅନ୍ଧାର

କୁବୁଜା, ତୁମେଏକ ଆତ୍ମା
ତୁମ ଆତ୍ମା ଭିନ୍ନ ନୁହେଁ ଶ୍ରୀରାଧା ଠୁ
ତୁମ ଆତ୍ମା ଭିନ୍ନ ନୁହେଁଭକ୍ତ ରଆତ୍ମା ଠୁ
ଆକୁଳରେ ଯେ ଖୋଜୁ ଥାଏ
ପ୍ରାଣ ପ୍ରିୟଈଶ୍ୱରଙ୍କୁ

Thursday, December 6, 2018
Topic(s) of this poem: spiritual
POET'S NOTES ABOUT THE POEM
Kubuja is a character from Mahabharat.She was a hunchback and much derided for her ugliness.She was engaged to supply flower and decoratedemonKing Kansa with sandalwood paste.When Srikrisnavisited King Kansa's kingdom, Kubuja got the chance to see Him and decorate the Lord with flowers and sandalwood paste.By the merciful glance of Lord Krisna, Kubuja was transformed into a beautiful maiden.
COMMENTS OF THE POEM
Gajanan Mishra 06 December 2018

କୁବୁଜା, ଶ୍ରୀ ରାଧା ପ୍ରେମର ପ୍ରତିମୂର୍ତ୍ତି, ସୁନ୍ଦର, ଅଭିନନ୍ଦନ।

0 0 Reply
Bharati Nayak 06 December 2018

My humble thanks , Poet Sri Gajanan Mishra for your valuable comment.Love has the power to transform ugliness to beauty.

0 0
Kumarmani Mahakul 07 December 2018

, ଯେବେତୁ ଶୁଣିଲୁ, କୃଷ୍ଣ ଆସିବେ, କି ଏକ ଆନନ୍ଦ ରେ ହେଲୁବିହ୍ଵଳ, ଭୁଲିଗଲୁ, ସବୁ ଯନ୍ତ୍ରଣା, ଅତୀତରସବୁ ସଂତାପ ତାଙ୍କପାଇଁ ସଜାଡି ରଖିଲୁ ନୂତନବସ୍ତ୍ର, ସୁଗନ୍ଧିତ ଚନ୍ଦନ ଆଉ ପୁଷ୍ପ ହାର ଭୁଲି ଗଲୁନିଜର ଯାବତୀୟ ଅସୁନ୍ଦରତା......କ୍ରୁଷ୍ଣ ପ୍ରେମପାଇଁ ବ୍ୟାକୁଳତା ମନୋଭାବ ଅତି ସୂକ୍ଷ୍ମ ଓ ମର୍ମସ୍ପର୍ଶୀ ଭାବେ ପ୍ରସ୍ପୁଟିତ ହୋଇଅଛି. କୁବଜା ସମ୍ପର୍କିତ ଏ କବିତାଟି ବେଶ ପ୍ରାଣବନ୍ତ ଓ ଆକର୍ଷିତ ହୋଇଛି. ଧନ୍ୟବାଦ. (A fantastic expression has been made on Kubuj having touching expression. Beautiful poem)

0 0 Reply
Kumarmani Mahakul 18 December 2018

She was waiting for beautuful arrival of Krishan and she was having hope that Krishan will remove her all pain. She drunk tear and pain both for long time but Kubuja was having concrete trust. A brilliant expression of this poem motivates readers to read this and feel emotion.

0 0 Reply
Dr Dillip K Swain 18 December 2018

କୁବୁଜା, ତୁମେଏକ ଆତ୍ମା ତୁମ ଆତ୍ମା ଭିନ୍ନ ନୁହେଁ ଶ୍ରୀରାଧା ଠୁ.....touching expression! A beautiful poem! Congrats for your 200th Poem submitted to Poem Hunter

0 0 Reply
Me Poet Yeps Poet 09 December 2018

very nice ENGLISH EXPLANATION CAN YOU ALSO TRANSLATE MY MOMS SMILES IN YOUR LANGUAGE THANX IN ADVANCE

0 0 Reply
Bhagabat Prasad Hotta 09 December 2018

ସତେ ଅବା ଜୀବନଟା କେତେ ଦୁଃଖ ମୟ. ଦୁଃଖ ବିନା ସୁଖ, ସୁଖ ବିନା ଦୁଃଖ ଜୀବନଟା ମୂଲ୍ୟ ହୀନ. ସତରେ ଜୀବନରେ ସୁଖ ଓ ଦୁଃଖ ମୁଦ୍ରା ର ଦୁଇ ପାର୍ଶ୍ୱ ପରି ପରିପୂରକ ........

0 0 Reply
Bhagabat Prasad Hotta 09 December 2018

Very very interesting and entertaining poem and most wonderful poem madam.....so wonderful poem madam......really I enjoyed this poem one...😃😃😃😃😃😃😃😃😃

0 0 Reply
READ THIS POEM IN OTHER LANGUAGES
Close
Error Success