ଭୁକମ୍ପନ Poem by Bharati Nayak

ଭୁକମ୍ପନ

Rating: 5.0

ଭୁକମ୍ପନ


ମୁଁପୃଥିବୀ
ତୁମେ ମୋର ସୁନ୍ଦର ମୁହଁଟିକୁ ଦେଖିପାର
ମୋର ସୁନୀଳ ଅମ୍ବର ଓ ସବୁଜିମାଭରା ମାଟି ତୁମେ ଦେଖ
ତୁମେ ଦେଖ, ମନୋରମ କୁସୁମ ଓ କୂଜନଭରା ଚଢେଇମାନଙ୍କୁ!

କିନ୍ତୁ, ତୁମେ ମୋର ମାଟିକୁ ଖୋଳି ଦିଅ
ଆଉ, ତା ଉପରେ ଅଟ୍ଟାଳିକା ନିର୍ମାଣ କର|

ତୁମେ ମୋର ଜଙ୍ଗଲ କାଟି ଦିଅ,
ଆଉ ଭାଙ୍ଗି ଦିଅ ପାହାଡ, ପର୍ବତ|

ତୁମେ ବନ୍ଧ ବାନ୍ଧି ଦିଅ
ଆଉ ମୋ ନଦୀର ସ୍ରୋତକୁ ଅଟକାଇ ଦିଅ|

ତୁମ ଯାନବାହାନରୁ ନିର୍ଗତ ଧୂଆଁ
କଳ-କାରଖାନାର କାଳିମା ଓ ଆବର୍ଜନା
ଏବଂ ଅସ୍ତ୍ର-ଶସ୍ତ୍ରର ବିଷାକ୍ତ ବାଷ୍ପ
ମୋର ପାଣି ପବନକୁ ବିଷାକ୍ତ କରିଦିଏ
ମୋରସନ୍ତାନ ସନ୍ତତି ଅଣନିଃଶ୍ୱାସୀ ହୋଇ ମରି ଯାନ୍ତି |

ମୁଁକ୍ରନ୍ଦନ କରେ
କଷ୍ଟରେ, ଯନ୍ତ୍ରଣାରେ, କ୍ଷୋଭରେ |

ମୋ ତ୍ଵକ ତଳେ, ମୁଁ କୁହୁଳୁଥାଏ
ରାଗରେ ଜଳୁ ଥାଏ |
ତାପରେ ମୁଁ କ୍ରୋଧରେ, ଦୋହଲି ଯାଏ,
ଓ ପ୍ରଚଣ୍ଡରାଗରେ, ତୁମର
ବଡ଼ିମାପୂର୍ଣ୍ଣ ଅଟ୍ଟାଳିକା ଗୁଡିକୁ ଦୋହଲାଇଦିଏ |

ଚାହେଁ ସେଇ ଅଟ୍ଟାଳିକାଗୁଡିକୁ
ମାଟିରେ ମିଶେଇ ଦେଵି, ଆଉ
ତୁମର ଗର୍ବକୁ ଚୁରମାର କରିଦେବି|
ତାପରେ, ମୋର ରାଗ ଶାନ୍ତ ପଡ଼ିଯିବ
ମୁଁ ଶାନ୍ତିର ନିଃଶ୍ୱାସ ମାରିବି ଓ
ପୁଣିଥରେ, ମୋର ସୃଷ୍ଟିରେ ଲାଗିଯିବି |

Monday, November 2, 2020
Topic(s) of this poem: earth,environment
POET'S NOTES ABOUT THE POEM
It is the Odia translation of my poem 'Earthquake' posted on this Site.
COMMENTS OF THE POEM
Dr Dillip K Swain 08 November 2022

ଚାହେଁ ସେଇ ଅଟ୍ଟାଳିକାଗୁଡିକୁ ମାଟିରେ ମିଶେଇ ଦେଵି, ଆଉ ତୁମର ଗର୍ବକୁ ଚୁରମାର କରିଦେବି|...powerful expression dear poetess. I love the way you have expressed the theme. Top score dear poetess. Stay always happy and blessed!

0 0 Reply
Kumarmani Mahakul 04 November 2020

Ma mati pruthibira khyobha o raga khub marmasparshi bhasare barnana karichhanti. Mu ethi udhruta karibaku chahen....ମୋ ତ୍ଵକ ତଳେ, ମୁଁ କୁହୁଳୁଥାଏ ରାଗରେ ଜଳୁ ଥାଏ | ତାପରେ ମୁଁ କ୍ରୋଧରେ, ଦୋହଲି ଯାଏ, ଓ ପ୍ରଚଣ୍ଡରାଗରେ, ତୁମର ବଡ଼ିମାପୂର୍ଣ୍ଣ ଅଟ୍ଟାଳିକା ଗୁଡିକୁ ଦୋହଲାଇଦିଏ |... So touching. Beautiful poem. Five stars.

0 0 Reply
Varsha M 03 November 2020

Seems pretty good poem. But the script seems unfamiliar

0 0 Reply
Bharati Nayak 04 November 2020

Thank you Varsha M for your comment.Please read the English version of this poem titled Earthquake posted here.

0 0
Kostas Lagos 02 November 2020

These letters are like they are dancing! Wish I could read them...

0 0 Reply
Bharati Nayak 04 November 2020

Again Kostas Lagos, thanks a lot for your liking for my Odia script.It is the Odia translation of my English poem 'Earthquake' posted on PoemHunter.

0 0
Dr Dillip K Swain 02 November 2020

A brilliant poem! Fabulous use of diction.. beautifully composed...Top 🌟

0 0 Reply
Bharati Nayak 04 November 2020

Thank you Dillip for appreciation!

0 0
READ THIS POEM IN OTHER LANGUAGES
Close
Error Success