ପ୍ରିୟ ଅନୁଭବ Poem by Bharati Nayak

ପ୍ରିୟ ଅନୁଭବ

Rating: 5.0

ପ୍ରିୟ ଅନୁଭବ

ଆଜି ତୁମର ସେଠି
ପ୍ରବଳ ଥଣ୍ଡା ପଡିଛି କି?
କୋହଲା ପବନରେ
ପ୍ରାଣ ଥରି ଯାଉଛିକି?
ଦେଖ, ତୁମ ଘର ସାମ୍ନାରେ
ତୁଷାରପାତ ହୋଇଛି କି?
ତୁଷାରକୁ ହାତରେ ଧରି ଦେଖ
ମୁଁ କେମିତି, ତୁମ ଆଙ୍ଗୁଳି ମଧ୍ୟ ଦେଇ ତରଳି ଯାଉଛି


ତୁମ ପାଦ ପାଖରେ ପୋଷା ବିଲେଇଟି
ତୁମ ହାତର ନରମ ଛୁଆଁ ପାଇଁ ଗେହ୍ଲେଇ ହେଉଛି
ତା ମୁଣ୍ଡରେ ତୁମ ସ୍ନେହ ଭରା ସ୍ପର୍ଶ ଦେଇ ଦେଖ
ମୁଁ ବୋଧେ ସେଇଠି ଅଛି

ତୁମେ ଘାସପଡିଆରେ ବୁଲୁଚ
ଘାସମାନେ ନଇଁଯାଇ ତୁମ ପାଦକୁ ଛୁଇଁ ଯାଉଛନ୍ତି
ତୁମେ ଆନମନା ହୋଇଏକ ଘାସ ଫୁଲକୁ ହାତରେ ତୋଳି ଧରିଲ
ଚାହିଁ ଦେଖ, ମୁଁ ବୋଧେ ସେଇ ଘାସ ଫୁଲରେ ଅଛି


ତୁମେ ଅଗଣାକୁ ବାହାରିଲ
ବାହାରର ପବନ
ତୁମ ମଥାର କେଶରେ ଖେଳେଇ ଯାଉଛି
ତୁମେ ହାତର ଆଙ୍ଗୁଳିରେ
କେଶକୁ ସାଉଁଳି ନେଲ
ଦେଖ, ତୁମ ଅଡୁଆକେଶ କୋଣରେ ବନ୍ଦୀ ହୋଇ ଯାଇଥିବା
ପବନରେ ମୁଁ ଅଛି

ଦେଖ, ଏଇଯେ ହଳଦିଆ ସୂର୍ଯ୍ୟ କିରଣ
ତୁମ ବାରଣ୍ଡାରେ ପଡିଛି
ତୁମେ ଚୌକିଟିଏ ଟାଣିନେଇ
ବସି ପଡିଲ ଓ ପେପରପଢାରେ ଲାଗିଗଲ
ଚାହିଁ ଦେଖ, ତୁମକୁ ଉଷ୍ମତାରେ
ଜଡେଇ ଦେଉଥିବା ଏଇ ସୁନେଲି କିରଣରେ ମୁଁ ଅଛି!

Saturday, October 13, 2018
Topic(s) of this poem: feeling,love,nature
COMMENTS OF THE POEM
Rajendra Rout 31 October 2018

ଦେଖ, ଏଇଯେହଳଦିଆସୂର୍ଯ୍ୟ କିରଣ ତୁମ ବାରଣ୍ଡାରେ ପଡିଛି ତୁମେ ଚୌକିଟିଏ ଟାଣିନେଇ ବସିପଡିଲ ଓପେପରପଢା ରେ ଲାଗିଗଲ ଚାହିଁଦେଖ, ତୁମ କୁଉଷ୍ମତା ରେ ଜଡେଇଦେଉଥିବାଏଇ ସୁନେଲି କିରଣରେ ମୁଁ ଅଛି! Lovely line I enjoy this poem

0 0 Reply
Bharati Nayak 12 November 2018

Thank you Rajendra Rout for your kind appreciation.

0 0
Kumarmani Mahakul 15 October 2018

A beautiful poem on love, nature and feeling having stunning expression and amazing perception. I quote here some lines.... ତୁମେ ଘାସପଡିଆରେ ବୁଲୁଚ ଘାସ ମାନେ ନଇଁଯାଇ ତୁମ ପାଦକୁ ଛୁଇଁଯାଉଛନ୍ତି ତୁମେ ଆନମନା ହୋଇଏକଘାସ ଫୁଲକୁହାତରେତୋଳି ଧରିଲ ଚାହିଁ ଦେଖ, ମୁଁବୋଧେସେଇ ଘାସ ଫୁଲରେଅଛି Thanks for sharing 10

0 0 Reply
Bharati Nayak 15 October 2018

God has implanted feeling of love in every living being.Human love is but a part of God's love. Thank you so much for your kind appreciation of the poem.

0 0
Kumarmani Mahakul 15 October 2018

A beautiful poem on love, nature and feeling having stunning expression and amazing perception. I quote here some lines.... ତୁମେ ଘାସପଡିଆରେ ବୁଲୁଚ ଘାସ ମାନେ ନଇଁଯାଇ ତୁମ ପାଦକୁ ଛୁଇଁଯାଉଛନ୍ତି ତୁମେ ଆନମନା ହୋଇଏକଘାସ ଫୁଲକୁହାତରେତୋଳି ଧରିଲ ଚାହିଁ ଦେଖ, ମୁଁବୋଧେସେଇ ଘାସ ଫୁଲରେଅଛି Thanks for sharing 10

0 0 Reply
READ THIS POEM IN OTHER LANGUAGES
Close
Error Success