ଝିଅପାଇଁ ଗୀତ ଟିଏ
ଦିନେ ମୁହଁଭାରିକରି ବସିଲା
ମୋ କିଶୋରୀକନ୍ୟା ଟି
ଆଖିତାରଛଳଛଳ
କହିଲା
ଶୁଣାଅନି ଶୁଣାଅନି
ତୁମର ଏକବିତା
ଖାଲିକଣଦୁଃଖ ଛବିଆଙ୍କୁ ଥିବ,
ଜୀବନ କିତୁମେଅନୁଭବୀନାହଁଆମପରି?
ଚାହେଁନିମୁଁତୁମ ପରି
ଲୁହଆଉ ଯନ୍ତ୍ରଣାକୁ ଜାବୁଡିଧରି
ଗୁମୁରୁ ଥିବି ଚିର ଦିନ
ଏଇ ଯେତୁମ ଚାରି ପଟେ, ଆମେ ମାନେ
ତୁମେ କିଦେଖିନାହଁ
ଆମର ତୁମପ୍ରତି ସ୍ନେହଭାବ?
ସତେତ, କେତେ କଷ୍ଟ ପାଏ
ଏଇ ମୋଝିଅ ଆଉମୋଦୁଇପୁଅ
ଯଦିଲୁହ ଗଡେ କେବେମୋ ଆଖିରୁ
କୁନି କୁନି ହାତ ମାନ ବଢ଼ାଇ ଦିଅନ୍ତି
ପୋଛିବାକୁ ମୋ ଆଖିଲୁହ
ବେଢ଼ିଯାନ୍ତି ଚତୁଃର୍ଦିଗେ
ଗଣେଶଙ୍କପରି ଅସ୍ତ୍ର ଧରି ରୋଧି ବାକୁ ଦ୍ୱାର ପାଶେ
ଯେତେଦୁଃଖକଷ୍ଟ
ତେବେ କାହିଁ ମୁଁ ଦୁଃଖ କଥାକହେ
ଚାହିଁଲି ମୁଁବୁଝାଇବାକୁ
ମୋ ଅଲିଅଳିକନ୍ୟାକୁ
କହିଲି ମୁଁ
ମୁଁ ଯାହାକୁହେ
ଏ କେବଳମୋକାହାଣୀ ନୁହେଁ
ବଢିଛିମୁଁଏମିତି ଏକ ପରିବେଶେ
ଦେଖିଚି ମୁଁଅନେକ କଷ୍ଟ
ଦେଖିଚିମୁଁ
ପିନ୍ଧାପଣତରେ ଲୁଚାଇଲୁଚାଇ
କାନ୍ଦୁଥିବା ମାମାଉସୀ ମାନଙ୍କୁ
ଦେଖିଚି ମୁଁ
ଡଲିମିଲିସେଲି ଠାରୁ
ବେଙ୍ଗ ବେଙ୍ଗୁଲି, 'କିଛି ନାହିଁ' ଭଳି
ଅନାମ ଧାରୀ ଝିଅ ମାନ
ଯାହାର ବାହାଘର, ବାପା ମାନେ
ଠିକକରିଦିଅନ୍ତି ହାଟପାଳିଦିନ
ସ୍ୱାମିଛଡ଼ାହୋଇ କେଘରେ ବସେ
ଆଉ କେହି ଜୀବଝାସେ
ହେଲେ ନିର୍ବିକାରରହିଥାନ୍ତି ଘରଲୋକ
ବୁଝିଲାନି ମୋ ପ୍ରିୟଲଳନା
କହିଲା ମୋତେଦେଖ
ତୁମେ ଖାଲି ଦେଖିଚ
ଡଲି ମିଲି ସେଲିମାନଙ୍କୁ
ମୁଁତୁମର ସେଇ ଅନାମ ଧାରୀଝିଅମାନଙ୍କମଧ୍ୟରୁଜଣେନୁହେଁ
ମୁଁ ପ୍ରଜ୍ଞା, ମୁଁ ଦୀପ୍ତି
ମୁଁ କଳ୍ପନା, ମୁଁସ୍ଵପ୍ନା
ମୁଁ ପ୍ରଜ୍ଞାପଲ୍ଲବୀ
ମୁଁବିଛୁରିବିସ୍ଵପ୍ନରେଣୁ
ମୁଁଭେଦିବି ଅନ୍ତରୀକ୍ଷ
କଳ୍ପନା ଚାଓଲା ଭଳି
ଫୁଟାଇବି ଅନେକପୁଷ୍ପ
ବିଭାବରୀ ବକ୍ଷେ
ଆଲୋକେ ସଜ୍ଜିତକରିବି
ମୁଁ ଏଧରଣୀ
ନାନା ରଙ୍ଗେ ରଂଗାଇବି
ମୋସ୍ଵପ୍ନର ଦଶଦିଶ
Thank you Abhipsa Panda for regularly reading my poems and your appreciation.
ଦେଖିଚିମୁଁ ପିନ୍ଧାପଣତରେ ଲୁଚାଇଲୁଚାଇ କାନ୍ଦୁଥିବା ମାମାଉସୀ ମାନଙ୍କୁ......I am utterly fascinated with the beauty of expression! A lovely poem! (10)
ସତେତ, କେତେ କଷ୍ଟ ପାଏ ଏଇ ମୋଝିଅ ଆଉମୋଦୁଇପୁଅ ଯଦିଲୁହ ଗଡେ କେବେମୋ ଆଖିରୁ କୁନି କୁନି ହାତ ମାନ ବଢ଼ାଇ ଦିଅନ୍ତି ପୋଛିବାକୁ ମୋ ଆଖିଲୁହ ବେଢ଼ିଯାନ୍ତି ଚତୁଃର୍ଦିଗେ ଗଣେଶଙ୍କପରି ଅସ୍ତ୍ର ଧରି ରୋଧି ବାକୁ ଦ୍ୱାର ପାଶେ ଯେତେଦୁଃଖକଷ୍ଟ.....ମାଙ୍କ ପ୍ରତି ସନ୍ତାନମାନଂକର ଅନାବିଳ ପ୍ରେମ ଓ ସମବେଦନା ଖୁବ଼ ସୁଂଦର ଭାବେ ପ୍ରତିଫଳିତ ହୋଇଅଛି. ବାସ୍ତବିକ ଏହା ଏକ ସୁନ୍ଦର କବିତା. ଧନ୍ୟବାଦ.10
This poem has not been translated into any other language yet.
I would like to translate this poem
The daughter urges for joy and not for grief through poetic expression. There is no need to hide face at each moment. Life is cheerful. Tear falls from her eyes but we can make a choice of transformation of grief into happiness. A brilliant and excellent poem is very well penned...10