ଶକ୍ତି ସ୍ୱରୂପା Poem by Bharati Nayak

ଶକ୍ତି ସ୍ୱରୂପା

Rating: 5.0

ଶକ୍ତି ସ୍ୱରୂପା

ତୁମେଯେବେ ତାଙ୍କୁଭେଟିବାକୁଗଲ
ମହାମାୟା ନିଦ୍ରିତ ଥିଲେ
ପଦ୍ମ ପତ୍ର ପରେ ,
ତୁମ ଆସିବାରସମ୍ବାଦ
ବହୁ ଆଗୁଁଜାଣି ଥିଲେ
ହେଲେ, ସେ ଥିଲେ
ଜାଗତିକ ମାୟା ରେ ନିଦ୍ରିତ
ତୁମେତାଙ୍କ ସମୀପେ
ଉଭାହେବାମାତ୍ରେ
ମହାଶକ୍ତି କଲେ ଚକ୍ଷୁଉନ୍ମୀଳିତ
ତୁମଚକ୍ଷୁ ତାଙ୍କଚକ୍ଷୁସଂଗେ
ମିଶିବା ମାତ୍ରେ
ଅନନ୍ତଶକ୍ତି ହେଲେ , ଉତ୍ଥିତ

ବନକନ୍ଦରରେଦୁନ୍ଦୁଭି ଶୁଭିଲା
ବିଛୁରିଲା
ଅସଂଖ୍ୟ ଆଲୋକର ଢେଉ
ଆନନ୍ଦ ଆଉଆଲୋକ
ଖେଳିଗଲା
ନଦନଦୀସମୁଦ୍ରଆକାଶେ
ବିଲ ମାଳେଆଉସ୍ଥାବରଜଙ୍ଗମେ

ତୁମେ ହେଲଜୟୀ
ଅନେକଯୁଦ୍ଧରେ
କଲ ଧରାଶାୟୀ
ବକାସୁର, କଂସାସୁରଓପୁତନାପ୍ରଭୃତି
ଅସୁର ଗଣଙ୍କୁ

ଯେତେ ବେଳେ
ସାରାଏଜଗତ
ତୁମ ପ୍ରଶଂସା ରେଶତମୁଖ
ତୁମେନିଜେ ଆନତ
ମହାମାୟୀପଦପ୍ରାନ୍ତେ
ତୁମେକୃତଜ୍ଞ
ଶକ୍ତିମୟୀଚରଣେ
ତୁମ ଠାରେଶକ୍ତିଭରିଥିବାହେତୁ
ତୁମସର୍ଜନା ଅବାସଂଘର୍ଷରେ!

Tuesday, February 19, 2019
Topic(s) of this poem: spiritual,energy,love
COMMENTS OF THE POEM
Kumarmani Mahakul 26 February 2019

On the leaves of lotus her coming was notified much before. In the new horizon of sky and sea we saw new rays played constantly. Through her effort of energy and love she destroyed many demons and became victorious. She was goddess. You have amazingly penned this lovely poem basing upon mythological and devotional context....10

0 0 Reply
Dr Dillip K Swain 19 February 2019

A lovely poem dear Bharati Apa! The spiritual tone of this beautiful poem makes it endearing...10

0 0 Reply
Gajanan Mishra 19 February 2019

ଶକ୍ତିମୟୀ ଚରଣେ ଶରଣ, ବଢିଆ

1 0 Reply
Bharati Nayak 19 February 2019

Hardika krutagyanta grahana karibe ! My hearty gratitude to you for your kind comments.

0 0
READ THIS POEM IN OTHER LANGUAGES
Close
Error Success