ଅହଲ୍ୟା Poem by Bharati Nayak

ଅହଲ୍ୟା

Rating: 5.0

ଅହଲ୍ୟା
କେତେଦିନ ଜୀଇଁଥିବ ସେ
ପଥରପରି ସ୍ଥାଣୁ ଏ ଜୀବନ!
ହସ ଖୁସି, ଦୁଃଖ କଷ୍ଟ
ହୋଇଯାଏ ଏକାକାର
ଜୀବନଟା ମନେହୁଏଛନ୍ଦହୀନ, ଚଳହୀନ
ଅଭିଶପ୍ତ ଅହଲ୍ୟା ସେ
ଅପେକ୍ଷାକରିଛି ଚିର ଦିନ
କେବେ ହେବ ଜୀବନ୍ୟାସ
ଜୀବହୀନ ଜୀବନରେ,
କେଉଁଠି ଅଟକିଛନ୍ତି ବନ ମଧ୍ୟେ,
ପରମ ପୁରୁଷ ଶ୍ରୀ ରାମ ଚନ୍ଦ୍ର,
ସାଥେ ଧରି ପତ୍ନୀ ଭ୍ରାତା
ଵିସ୍ମରଣ ହୋଇଛନ୍ତି ବୋଧେ ଅଭିଶପ୍ତା ଅହଲ୍ୟାରେ !
ଯୁଗଯୁଗ ଧରି ପଡିଥାଏ
ମଥା ପାତି ନଦୀ ତୀରେ
ମିଶାଇ ଚକ୍ଷୁ ନୀର ସରଯୁ ନଦୀରେ
ଅବଶ୍ୟ ଆସିବେ ତାର ଚିରପ୍ରିୟ
ଦେଇ ପଦ ରଜ କୃତାର୍ଥ କରିବେ ତାରେ!
ବର୍ଷ ପରେ ବର୍ଷ ଯାଇଅଛି ବିତି
ନଦୀ ନୌକା ବନ କନ୍ଦର ରହିଛନ୍ତି ସାକ୍ଷୀ!

ପ୍ରଭୁଙ୍କ ଆଗମନେ, ବିମୋହିତ ସମଗ୍ର ବନାନୀ
ଦୂର ପରବତୁ ଭାସିଆସେ ସୁମଧୁର ରାଗିଣୀ
ପତ୍ରେପତ୍ରେ, ପୁଷ୍ପେପୁଷ୍ପେ ଖେଳିଯାଏ ମଧୁର ହିଲ୍ଲୋଳ
ଶିଳାର ବୁକୁ ହୁଏ ପ୍ରକମ୍ପିତ
ଜୀବନ୍ୟାସ ହୋଇଛି ବୋଧେ ତନୁରେ
ହୃଦ ମଧ୍ୟେ ଯେଣୁ ଦୁଃଖ ହୁଏ ଉପଲବ୍ଧ
ଲୁହ ଆଉ ଯନ୍ତ୍ରଣାର ଉନ୍ମେଷ
ବ୍ୟକ୍ତ କରେ ତାର ଅସ୍ଥିତ୍ୱ!

ପ୍ରଭୁଙ୍କ ଆଗମନ
ଏତେ ବିଳମ୍ବ କାହିଁକି
ମୁହୁର୍ତ୍ତଟିଏ ମନେ ହୁଏ ଯୁଗ ଯୁଗ ପରି!

ପ୍ରଭୁ ହୁଅ ସନ୍ନିକଟ
ତୁମ ପଦ୍ମପାଦ ଥାପି ଅହଲ୍ୟାର ଶିରେ
କର ଆଶୀର୍ବାଦ
ମୁକୁଳିତ କର ଅଭିଶପ୍ତ ଜୀବନ
ପାଷାଣ ତନ୍ତ୍ରୀରେ ହେବ ଜୀବନ ସଂଚାର
ଧନ୍ୟ ହେବ ଅହଲ୍ୟା, ଧନ୍ୟ ହେବ ସରଯୁ ନଦୀରନୀର

Monday, May 27, 2019
Topic(s) of this poem: life,mythology
COMMENTS OF THE POEM
Kumarmani Mahakul 09 June 2019

ବର୍ଷ ପରେ ବର୍ଷ ଯାଇଅଛି ବିତି ନଦୀ ନୌକା ବନ କନ୍ଦର ରହିଛନ୍ତି ସାକ୍ଷୀ! ......ଚମତ୍କାର ଭାବ ଶୈଳୀ. ପ୍ରଭୁଙ୍କ ଆଗମନେ, ବିମୋହିତ ସମଗ୍ର ବନାନୀ ଦୂର ପରବତୁ ଭାସିଆସେ ସୁମଧୁର ରାଗିଣୀ ପତ୍ରେପତ୍ରେ, ପୁଷ୍ପେପୁଷ୍ପେ ଖେଳିଯାଏ ମଧୁର ହିଲ୍ଲୋଳ.......ପ୍ରଭୁ ଆଗମନ ଦ୍ରୁଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ମଧୁମୟ. Really it is a beautiful poem on a lament heart of a woman nemed Ahalya, a character from mythology, having touching expression. Well deserved. A 10.

0 0 Reply
Dr Dillip K Swain 28 May 2019

ପ୍ରଭୁ ହୁଅ ସନ୍ନିକଟ/ତୁମ ପଦ୍ମପାଦ ଥାପି ଅହଲ୍ୟାର ଶିରେ/କର ଆଶୀର୍ବାଦ/ମୁକୁଳିତ କର ଅଭିଶପ୍ତ ଜୀବନ/ପାଷାଣ ତନ୍ତ୍ରୀରେ ହେବ ଜୀବନ ସଂଚାର....captivating poetic expression! You are doing a wonderful job dear Bharati Apa! A prudent write extracted from the core of mythological character, 'Ahalya'! You have expressed it so brilliantly! Hats off to you!

0 0 Reply
Bharati Nayak 28 May 2019

Thank you Dillip for such appreciative comment.Ahalya's character for me is a metaphor for the woman who has been deprived of love..shorn by her Husband for a sin she committed without her own knowledge.

0 0
READ THIS POEM IN OTHER LANGUAGES
Close
Error Success