ତୁମକୁ ଭେଟିବା ପରେ -008 (Tumaku Bhetiba Pare -08 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -008 (Tumaku Bhetiba Pare -08 / Odia Poem)

Rating: 5.0

ତମ ସହ ଭେଟିବା ବେଳରେ

ସମୁଦ୍ର ଫେରାଇ ଦେଲା

ସବୁତକ ଲୁହ,

ଯେତେ ଯେତେ

ଦୂରତା ର ନୀଳ ନଈ ପାଣି ।।


ଅୟୁତ ନିଦାଘ ତୃଷ୍ନା

ଅତୀତର

ମୋହ ମହ ମହ

ଲାଗୁଥିଲା

ସତେ ଅବା ସପନ ଦେଖୁଚି!


ଆମେ ଯେଉଁ ପାହାଡ଼ ବୁକୁରେ,

କଣ୍ଟକିତ ଗଡାଣି ରାସ୍ତାରେ,

ବାରଂବାର ମାଟି ଛୁଉଁଥିଲେ.....


ସେଇ ଘାସ ଗାଲିଚାରେ

ସତେ ଅବା ତୁମରି କୋଳରେ

ମଥା ରଖି ଘୁମେଇ ପଡୁଛି.....


ଯେମିତିକା ତୁମ ମହ ମହ

ବାସ୍ନାରେ ବିଭୋର

ମନ ମୋର ସପନ ଦେଖୁଛି।।



ମୋ ମଥାର ଶୀତଳ କେଶରେ

ପହଁରୁଚି ତମ ଟିକି, ଉଷୁମ ଅଂଗୁଳି....


ଧୀରେଧୀରେ ସଞ୍ଚରି ଯାଉଛି

ଅଦିନିଆ କଳା ମେଘ-

ମୋ ପ୍ରଣୟ ଆକାଶ

ଆଷାଢୀ ଛାତିରେ ।।।

Sunday, September 11, 2016
Topic(s) of this poem: friend
COMMENTS OF THE POEM
Rajendra Rout 18 November 2017

ମୋ ମଥାର ଶୀତଳ କେଶରେ ପହଁରୁଚି ତମ ଟିକି, ଉଷୁମ ଅଂଗୁଳି.... ଧୀରେଧୀରେ ସଞ୍ଚରି ଯାଉଛି ଅଦିନିଆ କଳା ମେଘ- ମୋ ପ୍ରଣୟ ଆକାଶ ଆଷାଢୀ ଛାତିରେ ।।। Beautiful poem sir......10+++++++

0 0 Reply
Sanjukta Sahoo 14 September 2016

ତମ ସହ ଭେଟିବା ବେଳରେ ସମୁଦ୍ର ଫେରାଇ ଦେଲା ସବୁତକ ଲୁହ, ଯେତେ ଯେତେ ଦୂରତା ର ନୀଳ ନଈ ପାଣି ।। WOW] Great lyrical poem. 10++++ for the sharing.

0 0 Reply
Seema Sharma Rimi 12 September 2016

ମୋ ମଥାର ଶୀତଳ କେଶରେ ପହଁରୁଚି ତମ ଟିକି, ଉଷୁମ ଅଂଗୁଳି.... ଧୀରେଧୀରେ ସଞ୍ଚରି ଯାଉଛି ଅଦିନିଆ କଳା ମେଘ- ମୋ ପ୍ରଣୟ ଆକାଶ ଆଷାଢୀ ଛାତିରେ ।।।

1 0 Reply
Anita Aparajita Das 11 September 2016

ମୋ ମଥାର ଶୀତଳ କେଶରେ ପହଁରୁଚି ତମ ଟିକି, ଉଷୁମ ଅଂଗୁଳି.... ଧୀରେଧୀରେ ସଞ୍ଚରି ଯାଉଛି ଅଦିନିଆ କଳା ମେଘ- ମୋ ପ୍ରଣୟ ଆକାଶ ଆଷାଢୀ ଛାତିରେ ।।। Beautiful poem Subhas, keep it up.10+ for the sharing.

2 0 Reply
Dr Pintu Mahakul 11 September 2016

ଅତୀତ ର ମୋହ ହେଉ କି ନିଦାଘ ର ତୃଷ୍ନା ହେଉ ବତ୍ସ୍ନାରେ ବିଭୋର କରି ଦେଖାଉଛି ସ୍ବପ୍ନ ଏହି କବିତାଟି. ଦୂରତାର ନୀଳ ନଈ ପାଣି ସବୁତକ ଲୁହକୁ ସ୍ମୃତି କରି ଫେରାଇ ଦେଇଛି ସମୁଦ୍ରକୁ. ବାଃ ବାଃ କି ଚମତ୍କାର ହୋଇଛି କବିତା ଗୋଟିକ. ମୁ ଆପଣଂକୁ ଏଠି ୧୦ ନ ଦେଇ ରହି ପାରୁ ନାହିଁ. ଏହି କବିତା ପାଇଁକି ୧୦ ଦେଉଛି ୧୦ ରୁ.

4 0 Reply
Subhas Chandra Chakra 11 September 2016

ଧନ୍ୟବାଦ ବନ୍ଧୁ, ଆପଣଙ୍କ ଏଇ ମହାର୍ଘ ପ୍ରେରଣା ଦାୟକ ମନ୍ତବ୍ୟ ମୋତେ ଅଧିକରୁ ଅଧିକ ପ୍ରେରିତ କରିବ। ଆପଣଙ୍କର ଆଗାମୀ ମନ୍ତବ୍ୟ ର ପ୍ରତୀକ୍ଷା ରେ... ସୁଭାଷ ଚନ୍ଦ୍ର ଚକ୍ର

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success