ଆଉ ଏବେ
ଲାଗୁନାହିଁ ଜମା
ତମେ ମୋ'ଠୁ
ଦୂରେଇ ଯାଇଛ....
ମୋ ଆଖିର ପହଞ୍ଚ ସୀମା ର
ଆର ପାଖେ
ଉଭେଇ ଯାଇଛ।।
ବରଂ ତୁମ ପାଦ ଶବ୍ଦ ଏବେ
ଆଗଠାରୁ ଆହୁରି ସୁଷ୍ପଷ୍ଟ,
ମୋ ଆୟୁଷ,
ଅବଶ ବୟସ
ବାକିତକ, ରାସ୍ତା ଅବଶିଷ୍ଟ ।।
ସବୁଆଡେ ତୁମ ଛବି ଦିଶେ
ଜୀବନର ନଭ, ଜଳ, ସ୍ଥଳ...
ସବୁଆଡୁ ତୁମ ବାସ୍ନା ଆସେ
ମହକାଇ ମୋ ସଂଧ୍ୟା ସକାଳ ।।
ଦିନ ଏବେ ତୁମଠୁ ଆରମ୍ଭ
ହୁଏ, ତୁମ ମୁହଁ ଦିଶିଗଲେ -
ରାତି ଏବେ ତୁମ ଠାରେ
ଶେଷ ହୋଇଯାଏ,
ସପନରୁ ତମେ ଚାଲିଗଲେ ।।
ଜୀବନର କୋଣେ ଅନୁକୋଣେ
ଏବେ ତୁମ ରୂପ, ସ୍ମୃତି ଛୁଆଁ...
ବାକିତକ ପରମାୟୁ ମୋ'ର
ମୋ ଅୟୁତ ସ୍ମୃତିର ଦୁନିଆ ।।।
ଜୀବନର କୋଣେ ଅନୁକୋଣେ ଏବେ ତୁମ ରୂପ, ସ୍ମୃତି ଛୁଆଁ... ବାକିତକ ପରମାୟୁ ମୋ'ର ମୋ ଅୟୁତ ସ୍ମୃତିର ଦୁନିଆ ।।। Beautiful poem to read and recite.10++ for the sharing of this lovely poem.
ବରଂ ତୁମ ପାଦ ଶବ୍ଦ ଏବେ ଆଗଠାରୁ ଆହୁରି ସୁଷ୍ପଷ୍ଟ, ମୋ ଆୟୁଷ, ଅବଶ ବୟସ ବାକିତକ, ରାସ୍ତା ଅବଶିଷ୍ଟ ।।
ଜୀବନର କୋଣେ ଅନୁକୋଣେ ଏବେ ତୁମ ରୂପ, ସ୍ମୃତି ଛୁଆଁ... ବାକିତକ ପରମାୟୁ ମୋ'ର ମୋ ଅୟୁତ ସ୍ମୃତିର ଦୁନିଆ ।।। Adorable piece of poetry. Thanks for the sharing.10+++ for the poem.
This poem has not been translated into any other language yet.
I would like to translate this poem
ଜୀବନର କୋଣେ ଅନୁକୋଣେ ଏବେ ତୁମ ରୂପ, ସ୍ମୃତି ଛୁଆଁ... ବାକିତକ ପରମାୟୁ ମୋ'ର ମୋ ଅୟୁତ ସ୍ମୃତିର ଦୁନିଆ ।।। lovely poem shaired.I enjoy this poem 10+++++