ତୁମକୁ ଭେଟିବା ପରେ -023 (Tumaku Bhetiba Pare -23 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -023 (Tumaku Bhetiba Pare -23 / Odia Poem)

Rating: 5.0

ଧୀରେ ଧୀରେ

ପବନର ତାତି ବଢିଗଲା ।


କେତେ କଥା,

ଯାହା ସବୁ ମନ ତଳେ

ଉଙ୍କି ମାରୁଥିଲା,


ସାରା ଦିନ ଛାତି ତଳେ

ଚାପି ହୋଇ

କଷ୍ଟ ପାଉଥିଲା,


ସବୁକିଛି ସେଇମିତି

ମନ କଥା

ମନରେ ରହିଲା ।।


ସବୁ ଥିଲେ

ନିଜ ଲୋକ,

ଆମ ଚାରି ପାଖେ -


ତଥାପି କାହିଁକି ମୋତେ

ସମୟ ଟା

ପର ଲାଗୁଥିଲା


ତମ ଖୁସି,

ଆଖିର ଲହରୀ

ଆମ ସାକ୍ଷାତ ବାଆ ରେ

ବାଟ କାଟି,

ନାଚି ନାଚି

ଚାଲିଥିଲା ଆଗକୁ ଆଗକୁ -


ଜିଭ କିନ୍ତୁ

ଜଡ଼ ହୋଇଗଲା,


ସତେ ଅବା

ଶବ୍ଦର ଫସଲ ପରେ

ବାଲି ମାଡ଼ିଗଲା ।।

COMMENTS OF THE POEM
Bharati Nayak 06 November 2017

A fine rendering of unspoken emotions- - - To quote a few lines- - ଜିଭ କିନ୍ତୁ ଜଡ଼ ହୋଇଗଲା, ସତେ ଅବା ଶବ୍ଦର ଫସଲ ପରେ ବାଲି ମାଡ଼ିଗଲା

1 0 Reply
Subhas Chandra Chakra 14 November 2017

Thanks Ma'am for the wise and kind remarks on the poem

0 0
Sabita Sahoo 05 December 2016

ସବୁ ଥିଲେ ନିଜ ଲୋକ, ଆମ ଚାରି ପାଖେ - ତଥାପି କାହିଁକି ମୋତେ ସମୟ ଟା ପର ଲାଗୁଥିଲା True feelings shared. 10 marks for the poem.

1 0 Reply
Subhas Chandra Chakra 14 November 2017

Thank you dear Sabita for the wise and kind remarks on the poem

0 0
Anita Aparajita Das 16 November 2016

A good poem rendering well defined love.

2 0 Reply
Subhas Chandra Chakra 14 November 2017

Thanks Neetu dear for the wise and kind remarks on the poem

0 0
Seema Sharma Rimi 02 October 2016

ଜିଭ କିନ୍ତୁ ଜଡ଼ ହୋଇଗଲା, ସତେ ଅବା ଶବ୍ଦର ଫସଲ ପରେ ବାଲି ମାଡ଼ିଗଲା ।। Beautiful metaphor. Thanks. 10 for the poem.

3 0 Reply
Subhas Chandra Chakra 14 November 2017

Thanks Seema dear for the wise and kind remarks on the poem

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success