ତୁମକୁ ଭେଟିବା ପରେ-037 (Tumaku Bhetiba Pare-37/ Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-037 (Tumaku Bhetiba Pare-37/ Odia Poem)

Rating: 5.0

ତମ ଠାରୁ
ଜାଣିଲି ମୁଁ କାଲି
ତୁମ ପୂଣ୍ୟତିଥି
ଏଇ ଦୁନିଆ ରେ

ମୋ ମାଟିରେ ତୁମ-
କୁନି କୁନି ପାଦ ଥାପିବା ର
ପହିଲି ଲଗନ,
ଶୁଭିଥିଲା ଯେବେ ତୁମ
କୁଆଁ କୁଆଁ ସ୍ୱର ।।

ମୋ ଧୂମାଭ ଦିଗନ୍ତ ର
ଆଖି ରେ, ଅକ୍ଷରେ -
ଯେତେବେଳେ ଥିଲା ଖାଲି
ଗୋଟିଏ ରଙ୍ଗ ରେ-

ଧୂଆଁଳିଆ ଧୂସର ଆକାଶେ
ଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେ
ତୁମରି ସମାଧି ବେଦୀ କଳା ତାରିଖ ରେ
ମୋ ଆତ୍ମା ର ଶିଳା ଲିପି
କଳା ଅକ୍ଷର ରେ,

ନିଶବଦ ମଶାଣି ର ସବୁ ଶୁଷ୍କ
ବେଦନାକ୍ତ ଶୁଖିଲା ପତରେ
ତୁମ ସ୍ୱର - ବର୍ଷା ଆଣିଦେଲା..

ନୀଳିମା ର ଛୁଆଁ ଦେଇ
ସବୁଜ କାକଳି ଟିଏ
ଶୁଭିଗଲା କାନେ କାନେ
ତୁମ ଓଠ ଦରୋଟି ଛନ୍ଦ ରେ

ମୋ ପ୍ରାଣରେ ଭରିଲା ଝଙ୍କାର
ଚେଇଁଦେଲା ସିପ୍ତ, ଗୁପ୍ତ ଇଛା ତକ
ଭାଙ୍ଗି ଦେଇ ବିସ୍ମୃତି କବର ।।।

COMMENTS OF THE POEM
Sanjukta Sahoo 25 August 2017

ନିଶବଦ ମଶାଣି ର ସବୁ ଶୁଷ୍କ ବେଦନାକ୍ତ ଶୁଖିଲା ପତରେ ତୁମ ସ୍ୱର - ବର୍ଷା ଆଣିଦେଲା.. ନୀଳିମା ର ଛୁଆଁ ଦେଇ ସବୁଜ କାକଳି ଟିଏ ଶୁଭିଗଲା କାନେ କାନେ ତୁମ ଓଠ ଦରୋଟି ଛନ୍ଦ ରେ Lovely lyrics with a flow of love. 10. Sanjukta

0 0 Reply
Sabita Sahoo 17 August 2017

ମୋ ଧୂମାଭ ଦିଗନ୍ତ ର ଆଖି ରେ, ଅକ୍ଷରେ - ଯେତେବେଳେ ଥିଲା ଖାଲି ଗୋଟିଏ ରଙ୍ଗ ରେ- ଧୂଆଁଳିଆ ଧୂସର ଆକାଶେ ଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେ ତୁମରି ସମାଧି ବେଦୀ କଳା ତାରିଖ ରେ ମୋ ଆତ୍ମା ର ଶିଳା ଲିପି କଳା ଅକ୍ଷର ରେ, Great lines from a very nice poem.

1 0 Reply
Anita Aparajita Das 17 August 2017

ମୋ ମାଟିରେ ତୁମ- କୁନି କୁନି ପାଦ ଥାପିବା ର ପହିଲି ଲଗନ, ଶୁଭିଥିଲା ଯେବେ ତୁମ କୁଆଁ କୁଆଁ ସ୍ୱର ।। ମୋ ଧୂମାଭ ଦିଗନ୍ତ ର ଆଖି ରେ, ଅକ୍ଷରେ - ଯେତେବେଳେ ଥିଲା ଖାଲି ଗୋଟିଏ ରଙ୍ଗ ରେ- ଧୂଆଁଳିଆ ଧୂସର ଆକାଶେ ଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେ ତୁମରି ସମାଧି ବେଦୀ କଳା ତାରିଖ ରେ ମୋ ଆତ୍ମା ର ଶିଳା ଲିପି କଳା ଅକ୍ଷର ରେ, ନିଶବଦ ମଶାଣି ର ସବୁ ଶୁଷ୍କ ବେଦନାକ୍ତ ଶୁଖିଲା ପତରେ ତୁମ ସ୍ୱର - ବର୍ଷା ଆଣିଦେଲା.. Very nice poem and love bathed.

2 0 Reply
Seema Sharma Rimi 17 August 2017

ମୋ ଧୂମାଭ ଦିଗନ୍ତ ର ଆଖି ରେ, ଅକ୍ଷରେ - ଯେତେବେଳେ ଥିଲା ଖାଲି ଗୋଟିଏ ରଙ୍ଗ ରେ- ଧୂଆଁଳିଆ ଧୂସର ଆକାଶେ ଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେ ତୁମରି ସମାଧି ବେଦୀ କଳା ତାରିଖ ରେ ମୋ ଆତ୍ମା ର ଶିଳା ଲିପି କଳା ଅକ୍ଷର ରେ, ନିଶବଦ ମଶାଣି ର ସବୁ ଶୁଷ୍କ ବେଦନାକ୍ତ ଶୁଖିଲା ପତରେ ତୁମ ସ୍ୱର - ବର୍ଷା ଆଣିଦେଲା.. wow..beautiful poem..Thanks for the poem.10 for it.

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success