ତୁମକୁ ଭେଟିବା ପରେ-042 (Tumaku Bhetiba Pare-42/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-042 (Tumaku Bhetiba Pare-42/Odia Poem)

Rating: 5.0

ଏବେ ଠାରୁ ସାଥୀରେ ଚାଲିବା,

ଗୋଟିଏ ରାସ୍ତାକୁ ଦୁହେଁ

ଆପଣେଇ ନେବା,

ଏକାପରି ବୁଝୁଥିବା,

ଏକାପରି ଭାବୁଥିବା,

ସାଥୀ ହୋଇ ଭୋଗୁଥିବା

ଗୋଟିଏ ଦାହ ର ଜ୍ୱାଳା,

ଗୋଟିଏ କମ୍ପନ !



ଆମେ ହେବା ଗୋଟିଏ ଦୁନିଆ-

ଆଖି ଆଉ ଅକ୍ଷର ରେ,

ସ୍ମୃତି ଆଉ ସପନ ରେ,

ଗୀତ ଆଉ ଶବଦ ରେ,

ନିଦ ଆଉ ବିଛଣା ରେ-

ସବୁଥିରେ ଏକ ମନ ପ୍ରାଣ! !


ସେଇ ନୀଳ ଶପଥ କୁ

ନେବା ପାଇଁ ଆଜି ପରା

ଏ ଜନ୍ମ ର

ସର୍ବ ଶ୍ରେଷ୍ଠ ଦିନ! ! !

Thursday, September 14, 2017
Topic(s) of this poem: love,love and dreams,love and friendship,love and life,meeting,reunion,separation
COMMENTS OF THE POEM
Anita Aparajita Das 09 October 2017

ସେଇ ନୀଳ ଶପଥ କୁ ନେବା ପାଇଁ ଆଜି ପରା ଏ ଜନ୍ମ ର ସର୍ବ ଶ୍ରେଷ୍ଠ ଦିନ! ! ! Lovely. hanks. 10+++

0 0 Reply
Seema Sharma Rimi 24 September 2017

ସେଇ ନୀଳ ଶପଥ କୁ ନେବା ପାଇଁ ଆଜି ପରା ଏ ଜନ୍ମ ର ସର୍ବ ଶ୍ରେଷ୍ଠ ଦିନ! ! ! Most desired line, loved it.10++

1 0 Reply
Sanjukta Sahoo 21 September 2017

ସେଇ ନୀଳ ଶପଥ କୁ ନେବା ପାଇଁ ଆଜି ପରା ଏ ଜନ୍ମ ର ସର୍ବ ଶ୍ରେଷ୍ଠ ଦିନ! ! ! Beautiful poem. Thanks poet. 10+++

2 0 Reply
Biswa Ranjan Nayak 19 September 2017

ସେଇ ନୀଳ ଶପଥ କୁ ନେବା ପାଇଁ ଆଜି ପରା ଏ ଜନ୍ମ ର ସର୍ବ ଶ୍ରେଷ୍ଠ ଦିନ! ! ! Nicely penned.

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success