ଛାଇ (2) Poem by Bharati Nayak

ଛାଇ (2)

Rating: 5.0

ମୁଁ ଚମକି ପଡେ
ଯଦି କେବେ
ମୋ ସାଥେ ସାଥେ ଚାଲୁ ଥିବା
ଛାଇ ଟି ଅଚାନକ ଉଭାନ ହୋଇ ଯାଏ

ଏ ଦିଗ ସେ ଦିଗ ହୋଇ
ମୁଁ ସେ ଛାଇଟିକୁ ଖୋଜିଯାଏ

ମୋ ପାଇଁ
ଛାଇ ଟି ଆଲୋକର ଅନୁପସ୍ଥିତି ନୁହେଁ
ବରଂମୋ ଚତୁର୍ଦିଗେ ଆଲୋକର ଉପସ୍ଥିତି

ସୂର୍ଯ୍ୟ ଯେବେ ମଥାରେ ଝଲାସେ
ଛାଇଟି ମୋ ଭିତରେ ଏକାକାର ହୋଇଯାଏ
ପୁଣି ଅମା ଅନ୍ଧାରରେ ଲୁଚି ଯାଇ
ମୋତେ ଚମକାଉ ଥାଏ ବାରମ୍ବାର

Thursday, May 30, 2019
Topic(s) of this poem: image
COMMENTS OF THE POEM
Kumarmani Mahakul 04 June 2019

Wonderful imagery and imaginary. A brilliant poem on shadow (chhai) is well executed. Thanks for sharing.

0 0 Reply
Dr Dillip K Swain 31 May 2019

ଏ ଦିଗ ସେ ଦିଗ ହୋଇ/ମୁଁ ସେ ଛାଇଟିକୁ ଖୋଜିଯାଏ...wonderful contemplation! I sincerely admire the poetic quest for light! A beautiful poem! Well penned...10

0 0 Reply
Bharati Nayak 31 May 2019

Thank you Dillip for you brilliant reviews on many of my poems.

0 0
READ THIS POEM IN OTHER LANGUAGES
Close
Error Success