ବିଦାୟବେଳl Poem by Bharati Nayak

ବିଦାୟବେଳl

Rating: 5.0

ବିଦାୟବେଳl

ବେଳେ ବେଳେ ବସି ବସିହିସାବ ମୁଁ କଷେ
ମୋରଲେଉଟାଣିବେଳେ
କେ 'କେ ' ଉଭା ଥିବେ ମୋ ପାଶେ
ସତ ଲୁହଗଡିଯିବ
କାହାକାହାଆଖି ରୁ
ଆଉକେ
ମିଛେମିଛେଲୁହଗଡାଇବେ

ମୋ ଆଗରୁ
ମୋବନ୍ଧୁ ପରିଜନ
ଅନେକ ବିଦାୟନେଲେଣି
କା ବିଦାୟବେଳାରେମୋଚକ୍ଷୁରୁବହିଛି
ରକ୍ତର ଲୋତକ
କାପାଇଁ ଅବା
ମିଥ୍ୟାକାନ୍ଦଣା କାନ୍ଦିଛି
କାଠାରୁବିଦାୟ ଘେନିଲାବେଳେ
କାନ୍ଦିଛିମୁଁଲୁଚିଲୁଚି
ଆଉକା' ଲେଉଟାଣିବେଳେ
ପ୍ରସ୍ତର ଭଳିନିଶ୍ଚଳେବସିଛି

ମୋ ଯାତ୍ରାପଥରେ ଅନେକବିଦାୟଘେ ନିଛି
କେହିକେହିଶୁଭଇଚ୍ଛାଉପହାରଦେଇ
କରିଛନ୍ତି
ହସି ହସିବିଦାୟ
ଆଉ କେହିକେହି
ମୋବିଦାୟ ସମୟେ
ମନେ ମନେଡାକିଛନ୍ତି, ତ୍ରାହିତ୍ରାହି

ବିଦାୟ ବେଳାର
ପ୍ରୀତି ଉପହାରଯେତେ
ବନ୍ଧା କେତେ ରଙ୍ଗୀନକାଗଜେ
ଅବା
କେତେସବୁ ପୂରାସାଧା ସିଧା

କେହିକେହି
ବିଦାୟଦେଇଛନ୍ତିମୋତେ
ଦୂରେ ଥାଇନୀରବଲୋତକେ
କେହିକେହି
ଶୁଭସନ୍ଦେଶଭେଜିଛନ୍ତି
ମେଘହସ୍ତେ

ତେବେ, ଫେରିବା ବେଳେ
ମୁଁପୁରାଫେରି ପାରିନାହିଁ
ସଭିଙ୍କପାଶେମୁଁ ନିଜକୁ
ଟିକେଟିକେଛାଡି ଆସିଛି

କେ ' ସାଇତି ରଖିଛି ମୋତେ
ସାତ ତାଳପୋଖରୀ ତଳରେ
ସିନ୍ଦୁର ଫରୁଆରେ
ଅବାକେହିମୋତେ
ଫିଙ୍ଗିଦେଇଛି
ଅତିଅଵଜ୍ଞାରେ

ତେବେମନେହୁଏ ମୋର
କାହାକାହାଠାରୁ
ମୁଁବିଲକୁଲ ବିଦାୟଘେନି ନାହିଁ
କାହିଁକିନାସେଠିମୁଁଛାଡି ଆସିଛି
ମୋପୂର୍ଣ୍ଣସତ୍ତା
ଅବାଘେନିମୁଁ ଆସିଛି
ମୋ ନିଜ ସଂଗେ
ସହଯାତ୍ରୀକରି ନେବାପାଇଁ

ତେବେ ମୋର
ଅନ୍ତିମବିଦାୟ ସମୟେ
ଯୋଡ଼ହସ୍ତେ କ୍ଷମାମାଗିନେବି
ସଭିଙ୍କ ଠାରୁ
ଯାହାଯାହାମନେ
ମୁଁ ଦେଇଛିଆଘାତ
ଜାଣତେ ଅବା ଅଜାଣତେ
ମୋଅନିଚ୍ଛାସତ୍ୱେ
ଯଦି ମୁଁଛଳିଛିକାରେ

କୃତଜ୍ଞମୁଁସେମାନଙ୍କ ଚରଣେ
ଯାହାଙ୍କସ୍ନେହପ୍ରେମେ
ବନ୍ଧାଥିଲି ମୁଁ ଏ ସଂସାରେ

ହେମୋବନ୍ଧୁପରିଜନ
ଅନ୍ତିମବିଦାୟନିଶ୍ଚିତ ଏକଦିନ
କ୍ଷମ ସଭିଏଁମୋତେ
ନହୋଇଅଧୀର
ମାଗେ ମୁଁ ହୋଇ ନତଜାନୁ
ତୁମ ସଭିଙ୍କର
ଆଶୀର୍ବାଦ କ୍ଷମାକରୁଣା
ଓ ଶୁଭ ଇଛାଅନ୍ତିମ ବେଳାରେ

Sunday, October 7, 2018
Topic(s) of this poem: farewell
COMMENTS OF THE POEM
Kumarmani Mahakul 14 December 2018

This poem on Farewel (Bidayabela) has been so touchingly and astutely inscribed by you in such a way that it atracts the readers to read over and over again and for which I have to revisit it. The theme of the poem is nice and real. The last stanza is much moving. Thank you dear madam for sharing this gem.

0 0 Reply
Bharati Nayak 14 December 2018

Thank you Sir for your constant encourangement.

0 0
Rajendra Rout 31 October 2018

କୃତଜ୍ଞମୁଁସେମାନଙ୍କ ଚରଣେ ଯାହାଙ୍କସ୍ନେହପ୍ରେମେ ବନ୍ଧାଥିଲି ମୁଁ ଏ ସଂସାରେ Lovely line shared I enjoy this poem 💯+++

0 0 Reply
Bharati Nayak 14 December 2018

Many thanks Sri Rajendra Rout for your lovely words.

0 0
Dr Dillip K Swain 11 October 2018

ତେବେମନେହୁଏ ମୋର କାହାକାହାଠାରୁ ମୁଁବିଲକୁଲ ବିଦାୟଘେନି ନାହିଁ କାହିଁକିନାସେଠିମୁଁଛାଡି ଆସିଛି ମୋପୂର୍ଣ୍ଣସତ୍ତା ଅବାଘେନିମୁଁ ଆସିଛି ମୋ ନିଜ ସଂଗେ ସହଯାତ୍ରୀକରି ନେବାପାଇଁ......lovely expression! Loved reading this beautiful poem....10

0 0 Reply
Bharati Nayak 14 December 2018

Thank you Dillip for your kind appreciation.

0 0
Kumarmani Mahakul 07 October 2018

ଅନ୍ତିମ ବିଦାୟ ସମୟରେ କ୍ଷ୍ୟମା ମାଗିବା ଏକ ନିଶ୍ଚିତ ସତ୍ୟ. । ଜନ୍ମ ହେଲେ ମୃତ୍ୟୁ ସତ୍ୟ ଅଟେ.। ଚାକିରି କଲେ ଅବସର ନିଶ୍ଚିତ ଅଟେ. କେହି କେହି ବିଦାୟ ବେଳେ ସତରେ କାନ୍ଦନ୍ତି ତ ଆଉ କେହି ମିଛରେ.। ହସ ଲୁହର ସଂସାର ଭିତରେ ଦିନେ ନା ଦିନେ ବିଦାୟ ନେବା ନିଶ୍ଚିତ. ଆକାଶର ପବନରେ ସବୁ କିଛି ସ୍ପଷ୍ଟ. ।ଏହା ଏକ ଭାବପ୍ରବଣ ଚମତ୍କାର କବିତା ହୋଇଛି.।..୧୦..This is an amazing poem on farewell and death..10

0 0 Reply
Bharati Nayak 07 October 2018

This poem I wrote on 5th April 2006.Today I found this poem in an old copy and thought of posting here.Life is an ongoing journey.Everyday we meet new people and take farewell from many. Some keep us in memories.Many forget us.I am glad that the poem touches you.Thank you for your wonderful words of appreciation.

0 0
READ THIS POEM IN OTHER LANGUAGES
Close
Error Success