Surya (Sun)- A Poem In Odia Language. Poem by Bharati Nayak

Surya (Sun)- A Poem In Odia Language.

Rating: 5.0

ସୂର୍ଯ୍ୟ
ମୋ ହାତ ପାପୁଲିରେ
କଅଁଳ ଛୁଆଁ ଦେଇ
ଲୁଚକାଳି ଖେଳୁଥିବା ସୂର୍ଯ୍ୟ!
ତୁମ ଶକ୍ତିର ରେଣୁ ରେଣୁ
ଭରି ରହିଥାଏ
ମୋ ଜୀବକୋଷିକା ର ପ୍ରତିଟି ସ୍ତରରେ
ପ୍ରଭାତ ସଙ୍ଗୀତରପ୍ରତିଟି ଅବାହନୀ ରେ
ତୁମେ ଥାଅ
ଥାଅତୁମେ ପୁଣି
ଆନନ୍ଦ ଉନ୍ମେଷ, ମଧୁ ଗୁଞ୍ଜନ ରେ
ତୁମେ ଥାଅଯେତେ ସବୁମିଠା ବାସ୍ନାରେ
ଜୀବନରରଙ୍ଗ ବେରଙ୍ଗ ପାଖୁଡ଼ାରେ
ଶୀତ ସକାଳରକୁହୁଡି ଭେଦୀ ନରମ ଖରାରେ
ହେମନ୍ତ କାକରରେଚକ ଚକ
ତୁମ ଅସଂଖ୍ୟପ୍ରତିଛବି
କୋକିଳର ମୁହୁଃମୁହୁଃ ତାନରେ
ଭାସି ଆସୁଥାଏ ତୁମ ସ୍ୱର
ସବୁ ଦୁଃଖ ଯନ୍ତ୍ରଣାକୁ ଆଉଜେଇ ନେବାର ସ୍ୱର!

ତୁମେ ଥାଅ, ଯୋଜନ ବ୍ୟାପି ଦୂରତାରେ
ଅଥଚ ତୁମ ଉଷ୍ମତା ଛୁଇଁ ଯାଉଥାଏ
ଅବନୀର ଜଳ ସ୍ଥଳ ଆକାଶ
ଏଠି ଯେତେଆନନ୍ଦ ଆଲୋଡ଼ନର
କାରଣ ହୋଇ ତୁମେ ଥାଅI

ମୋ ନିଃଶ୍ବସର ଅମ୍ଳଜାନ
ସାଗୁଆ ପତ୍ରର ଅଙ୍ଗାରକାମ୍ଳ
ଚଢେଇର କାକଳି, ଆକାଶର ବଉଦ
ସମୁଦ୍ରର ଢେଉ
ଅସଂଖ୍ୟକlରଣର କାରକ
ହୋଇ ତୁମେଥାଅ
ରାତ୍ରୀ ଆସିବା ପରେ ମଧ୍ୟ ତୁମେ ଥାଅ ପଶ୍ଚିମରେ
ପୂର୍ବଦିଗରେ
ତୁମ ଉଦୟକୁ
ଅପେକ୍ଷା ରଖିଥାଏ
ମୋର ପ୍ରତିଟି ସକାଳ I

Monday, March 13, 2017
Topic(s) of this poem: sun
COMMENTS OF THE POEM
Suratha Kumar Rout 28 January 2018

ତୁମେ ଥାଅ, ଯୋଜନ ବ୍ୟାପି ଦୂରତାରେ ଅଥଚ ତୁମ ଉଷ୍ମତା ଛୁଇଁ ଯାଉଥାଏ ଅବନୀର ଜଳ ସ୍ଥଳ ଆକାଶ ଏଠି ଯେତେଆନନ୍ଦ ଆଲୋଡ଼ନର କାରଣ ହୋଇ ତୁମେ ଥାଅI This stanza is so good. your describtio to the sun is really fantastic. thanks. 10+++++

0 0 Reply
Dr Dillip K Swain 10 January 2018

ସୂର୍ଯ୍ୟ ମୋ ହାତ ପାପୁଲିରେ କଅଁଳ ଛୁଆଁ ଦେଇ ଲୁଚକାଳି ଖେଳୁଥିବା ସୂର୍ଯ୍ୟ! ତୁମ ଶକ୍ତିର ରେଣୁ ରେଣୁ ଭରି ରହିଥାଏ......A fascinating composition! Loved reading it!

0 0 Reply
Kumarmani Mahakul 02 August 2017

Chamatkara barnana. Khub sundara geetatie jaha hrudayasparsi. Mu chahen apananka rachitaru kichhi pankti uddhara karibaku... ଥାଅ ତୁମେ ପୁଣି ଆନନ୍ଦ ଉନ୍ମେଷ, ମଧୁ ଗୁଞ୍ଜନ ରେ ତୁମେ ଥାଅ ଯେତେ ସବୁ ମିଠା ବାସ୍ନାରେ ଜୀବନର ରଙ୍ଗ ବେରଙ୍ଗ ପାଖୁଡ଼ାରେ ଶୀତ ସକାଳର କୁହୁଡି ଭେଦୀ ନରମ ଖରାରେ ହେମନ୍ତ କାକରରେ ଚକ ଚକ ତୁମ ଅସଂଖ୍ୟ ପ୍ରତିଛବି କୋକିଳର ମୁହୁଃ ମୁହୁଃ ତାନରେ... Dhanyabada.

READ THIS POEM IN OTHER LANGUAGES
Close
Error Success