କେଜାଣି କେତେ ପଛରେ
ଛାଡି ଆସିଛି
ଆପଣାର ଲୋକମାନଙ୍କୁ
ହଜାଇ ଦେଇଛି ଜାଣି ଜାଣି
ପ୍ରିୟ ଲୋକର ଠିକଣା
ଅନ୍ତରର ଉଛୁଆସ (uchhwasa) ରେ
ପ୍ରୀତିର ପୁଲକରେ
ଆଖିର ଲୁହରେ
ଲେଖି ଥିବା
ଯେତେ ଯେତେ ଫର୍ଦ୍ଦ
ଚିରି ଟିକ ଟିକ କରି ଦେଇଛି
କେତେ ଗଭୀରରେ
କବର ଦେଇଛି
ସ୍ମୃତିମାନଙ୍କୁ
ହେଲେ
ବାସନ୍ତୀର ଚଇତାଳି ପବନରେ
ଯେତେବେଳେ କୋଇଲିଟିଏ
କୁହୁସ୍ଵନରେ ଅଥୟ କରିପକାଏ
ଆମ୍ବ ବଉଳର ବାସ୍ନାରେ ଚହଟି ଯାଏ ଚୌଦିଗ
କେମିତି ଏକ ମିଠା ଝଲକରେ
ପୁରୁଣା କଥାମାନେ ଝଲସି ଉଠନ୍ତି
ଦିଶି ଯାଏ ସେଇ ଘର, ସେଇ ଗଛ
ଫୁଲ, ଫୁଲ ବଗିଚା
ମନେ ପଡେ ପୁଣି ବର୍ଷା
ତୁମ ପାଇଁ ଛତା ଟେକି
ନିଜେ ବର୍ଷାରେ ଓଦା ହେଉଥିବା
ଆଉ କେହିଜଣେ
ଗଭୀର ବିଶ୍ୱାସ ଓ ଅତଳ ଆଶ୍ୱାସନାରେ
ସେଇ ଛାଇଟି ଯେମିତି
ତୁମ ଚାରି ପଟେ
ସଦା ଆତଯାତ ହେଉ ଥାଏ!
କବରଦେଇଛି ସ୍ମୃତିମାନଙ୍କୁ ହେ ଲେ ବାସନ୍ତୀର ଚଇତାଳି ପବନରେ ଯେତେ ବେଳେ କୋଇଲିଟିଏ କୁହୁସ୍ଵନରେଅଥୟ କରିପକାଏ ଆମ୍ବ ବଉଳ ର ବାସ୍ନା ରେଚହଟିଯାଏଚୌଦିଗ କେମିତି ଏକମିଠାଝଲକରେ ପୁରୁଣା କଥା ମାନେ ଝଲସିଉଠନ୍ତି ଦିଶି ଯାଏ ସେଇଘର, ସେଇଗଛ ଫୁଲ, ଫୁଲବଗିଚା...... fantastic expression. I love thse lines. You have nicely put the title of the poem. A beautiful poem.10
This poem has not been translated into any other language yet.
I would like to translate this poem
Google translated this poem and the translation is given below: - कहीं पीछे निकल गया ह अपने लोगों को यह जानकर वह खो गया प्यारे साथियों Liked this poem.
I feel so proud and humbled by your wonderful comment on my poem.It is so nice to know that my native language 'Odia' evokes such interest in erudite readers like you.