ଅନ୍ତରଙ୍ଗ ଅନୁଭବ Poem by Bharati Nayak

ଅନ୍ତରଙ୍ଗ ଅନୁଭବ

Rating: 5.0

ଅନ୍ତରଙ୍ଗ ଅନୁଭବ

ଅନ୍ତରଙ୍ଗ ଅନୁଭବ -ଅନୁପମ ତୁମେ
ତୁମ ସୁଷମାରେ ବିଭୋର
ମୋ ଅତଳତଳ ନିଶିଥ ପ୍ରହର
ଚିତ୍ରାୟିତ ରଙ୍ଗୀନ ମୋ ସ୍ବପ୍ନର ସହର
ଶାମୁକା କୋଷର କୋମଳ ଅଙ୍ଗରେ
ତୁମେ ଛୁପିଥାଅ ମୁକ୍ତ| ସମ
ମୁଁ ତୋଳି ଆଣେ ଗୁନ୍ଥିବାକୁ କବିତାର ମାଳା

ମୋ ବ୍ୟଗ୍ର ଆଙ୍ଗୁଳି ରୁ
ତୁମେ ଖସିଯାଉଥାଅ ବାରବାର

ଶବ୍ଦରେ ରୁପାୟିତ ହେବ| ପୂର୍ବରୁ
ତୁମେ ଉଭାନ ହୁଅ,
ତୁମ ମାୟାରୁପ
ଲୁଚକାଳି ଖେଳେ ମୋ ସାଥୀରେ
ତୁମ ପଛରେ ମୁଁ ଧାବମାନ ଚିରଦିନ |

Friday, November 6, 2020
Topic(s) of this poem: writing,creativity,feelings,poetry,words
COMMENTS OF THE POEM
Kumarmani Mahakul 24 December 2020

Odia fonts are missing in comment section in this new system. This is so sad really. This poem is deeply expressed. Intense feelings give us immense joy. This poem is brilliantly penned.

0 0 Reply
Kumarmani Mahakul 08 November 2020

ବିସ୍ମିତ ମୁ ଦେଖି ତବ କବିତା ରଚନା କି ଭାବମୟ ସ୍ପୃହଣୀୟ ସତେ ଉପମା ଓ ଉପମାନ ସମନ୍ଵୟ କରି ଗୁନ୍ଥି ଅଛ ଶବ୍ଦ ପୁଷ୍ପ ଗୋଟି ଗୋଟି କରି ଶବ୍ଦ ଓ ଅକ୍ଷରମାନ କବିତା ସୃଷ୍ଟିରେ କିପରି ଖସନ୍ତି ହାତୁ ବିଚିତ୍ର ଭଙ୍ଗୀରେ ଦର୍ଶାଇଛ ଅନୁପମ ଭାବେ ସାଥିରେ ରଖିଛ ମୁକ୍ତା ଶାମୁକାର କୋଷ ସୁକ୍ରିୟା ପ୍ରଦାନ କରେ କରନ୍ତୁ ଗ୍ରହଣ ଲେଖି ଚାଲ ଅଭିନବ କବିତା ସମୂହ । Gorgeous really. Five stars.

0 0 Reply
Varsha M 06 November 2020

Bharti it must be a beautiful composition please translate too if possible.

0 0 Reply
Subhas Chandra Chakra 06 November 2020

Illusory feelings disappear prior to giving them a shape..a great theme..loved it at the first read. Thanks for the sharing one of your most beutiful piece. Subhas

0 0 Reply
READ THIS POEM IN OTHER LANGUAGES
Close
Error Success