ସନ୍ଧ୍ୟାର ପଥ ଧାରେ Poem by Bharati Nayak

ସନ୍ଧ୍ୟାର ପଥ ଧାରେ

Rating: 5.0

ସନ୍ଧ୍ୟାରପଥ ଧାରେ

ଚକ୍ଷୁ ମୋର କ୍ଲାନ୍ତ
ସମୟ ଛଡେଇ ନେଇଛି ତେଜ
ଶାନ୍ତିର ବିଛଣାଟି ସଜାଡୁଛି କାଳ
ସ୍ବପ୍ନ ମାନେ କିନ୍ତୁ ସଜଳ ଚିରକାଳ

ନିଷ୍ପ୍ରଭ ଚକ୍ଷୁରେ ଦୁନିଆର ଛବି
ଯେତେ ହୁଏ କ୍ଷୀଣତର
ସ୍ୱପ୍ନର ଫୁଲ ସବୁ
ହେଉଛନ୍ତି ଅଧିକ ସଜଳ

କଳିବାର ବେଳ ଆସୁଛି
କେତେ ସ୍ବପ୍ନ ଅଧା ରାସ୍ତାରେ ହଜି ଗଲା
କେତେ ହେଲା ସାକାର!
ଆଖିରେ ପଡେ
କେତେ ସ୍ବପ୍ନଙ୍କ କ୍ଷତ - ବିକ୍ଷତ ଦେହ
ସ୍ବପ୍ନ ପାଇଁ ଢଳି ଯାଇଥିବା କେତେ ଲୁହ!

ଖୋଲି ଦେବିକି ଦୁଆର
ଯେତେସବୁ ଆବଦ୍ଧ ଆବେଗମାନଙ୍କୁ
ଦେଖିବି
କୁନିଝିଅ ପରି ସେମାନେ କେମିତି
ଖେଳୁଛନ୍ତି ଖୋଲା ଅଗଣା ରେ
ସ୍ୱାଧୀନତାର ସଂଗୀତରେ
ମୁଖରିତ ହେଉଛି
ମୋର ସଞ୍ଜ-ସକାଳ

Saturday, January 25, 2020
Topic(s) of this poem: evening,life
COMMENTS OF THE POEM
Budhashaya Behera 02 February 2020

ପଢିବାକୁ ଭଲ ଲାଗେ ଏଭଳି କବିତା ଯାହା ବିସ୍ତୃତ ଭାବରେ ବର୍ଣନା କରେ ସନ୍ଧ୍ୟା ସମୟକୁ.। ଶାନ୍ତିର ବିଛଣା ରେ ପଡେ ଆଖିର ପଲକ.। ପୁଲକିତ ହୁଏ ମନ ଭାବି ଦିବସ ରେ ପ୍ରତିଟି ଚର୍ଯ୍ୟା କୁ.। ଶୁଣି ପାରୁ ଆମ୍ଭେ ସ୍ୱାଧୀନତାର ସ୍ୱର ସମୂହକୁ.। ଧନ୍ୟବାଦ କାବୟତ୍ରୀ. ।

0 0 Reply
Bharati Nayak 03 February 2020

ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ. ପୋଏମ ହଣ୍ଟର ପୃଷ୍ଠା ରେ ଜଣେ କୃଷ୍ଣ ଭକ୍ତ ଓଡ଼ିଆ କବୟିତ୍ରୀ ଙ୍କର କବିତା ପଢ଼ିବାର ସୁଯୋଗ ପାଇ ନିଜକୁ ଧନ୍ୟ ମାନେ କରୁଛୁ..My hearty thanks dear Poetess Budhasaya Behera for visiting my poem and your valuable comment.

0 0

Dr Dillip K Swain 25 January 2020

A beautiful piece of work! Loved reading it.....10

0 0 Reply
Bharati Nayak 26 January 2020

Hearty thanks brother Dillip for your appreciation and rating my poems.Positive feed back is essential for writers like me to keep writing.

0 0
Kumarmani Mahakul 25 January 2020

ଆହେ ମହନୀୟା ନାରୀ କବି, ହୋଇଛି ସୁନ୍ଦର ଏହି କବିତା ଗୋଟିକ ଯାହା ସଂଧ୍ୟାର ସ୍ମୃତିକୁ ନିଖୁଣ ଭାବରେ ବର୍ଣନା କରିଛି । ଦ୍ୱାର ଖୋଲି ଦେଖି ପାରୁଛୁ ଆମ୍ଭେ ଉନ୍ମୁକ୍ତ ଆବେଗ ମାନଙ୍କୁ ଓ ନିରେଖି ପାରୁଛୁ ସ୍ୱପ୍ନର ଆଗମନକୁ । ସ୍ୱାଧୀନତାର ସଂଗୀତ ମନକୁ କରିଛି ଉତ୍ଫୁଲ୍ଲିତ । ସଜାଡି ସେହି ଶାନ୍ତି ର ବିଛଣା, ଅନୁଭବ କରୁଛୁ ଆମ୍ଭେ ସନ୍ଧ୍ୟା ର ପଥଧାରା କୁ । ଅତୀବ ଚମତ୍କାର ହୋଇଛି ଏହି କବିତା ଗୋଟିକ । Excellently penned poem this is. Thank you...10

0 0 Reply
Bharati Nayak 26 January 2020

Many many thanks revered Poet Kumarmani Mahakul Sir.You have dovetailed the theme of my poem so nicely.

0 0
READ THIS POEM IN OTHER LANGUAGES
Close
Error Success