ଭଲ ଝିଅ Poem by Bharati Nayak

ଭଲ ଝିଅ

Rating: 5.0

ବୋଉ,
ଜାଣେନି, ତୁ ଚାହୁଁ ଥିବା ଭଳି ,
ଭଲଝିଅ ଟେ , ହେଲିକି ନହେଲି ,
ହେଲେ, ମନେପଡେ ,
ତୋରଯେତେସବୁ ତାଗିଦା,
ତୁ ଶିଖାଇ ଥିବା, ଆଦବକାଇଦା!

ଭଲଝିଅମାନେ ହସିବେନି ଜୋରକରି ,
ଚାଲୁଥିବେ ଥିରିଥିରି,
ଭାଷା ଥିବ ମିଠାଓଧୀର ,
କାମ ଦାମରେସଦାତତ୍ପର !

କେବେନ କରିବି
ଗୁରୁ ଜନ ସେବା ରେ ଉଣା ,
ଯେତେ ଦୁଃଖ ଥିଲେ ବି,
ମୁହଁକରିବି ନିଉଷୁନା !

ଭୁଲ ହେଉ ଅବାହେଉଠିକ,
ଗୁରୁଜନଙ୍କ କଥାର ଉତ୍ତରନଦେବି ,
ସେମାନଙ୍କକାର୍ଯ୍ୟର
ଉଚିତଅନୁଚିତନ ବିଚାରିଵି!
କରିବିଶିରୋଧାର୍ଯ୍ୟ
ସେମାନଙ୍କ ଆଜ୍ଞାର ,
ଯଦି ପଡେ ଆବଶ୍ୟକ ,
କେବେ ଆତ୍ମବଳି ର!

ଏଇଯେବିତି ଗଲା
ବର୍ଷପରେ ବର୍ଷ ,
ନିଜକୁଭଲ ଝିଅ କରି ଗଢିବାରେ ,
ଭାବୁଛି ମୁଆଜି ,
କି ଲାଭପାଇଲି ,
ଚାବିଦିଆକଣ୍ଢେଇପରି,
ନାଚିନାଚିଯନ୍ତ୍ର ବତ ,
ତୁମ ସମସ୍ତଙ୍କ କଥାରେ ,
କରିପାରିନି ମୁଁ ସନ୍ତୁଷ୍ଟ ,
ତୁମ ସମସ୍ତଙ୍କୁ,
ତେବେ,ଏତେ ଆତ୍ମ ଦାହ
ଏତେ ସନ୍ତୁଳନ ,
କେମିତି ରଖିଛିବନ୍ଦକରି ,
ଯଦି ମୁଁ ନିଜକୁ
ଗଢି ନ ପାରିଲି
ସୁନାଝିଅଟେ କରି,
ଠିକ ତୁମେଚାହୁଁଥିବାପରି !

Sunday, February 3, 2019
Topic(s) of this poem: woman
POET'S NOTES ABOUT THE POEM
This is a poem in Odia language.The title 'BHALAJHIA'ଭଲ ଝିଅ- -means 'Good Girl' or 'GoodDaughter'
COMMENTS OF THE POEM
Kumarmani Mahakul 29 March 2020

ଭୁଲ ହେଉ ଅବାହେଉଠିକ, ଗୁରୁଜନଙ୍କ କଥାର ଉତ୍ତରନଦେବି, ସେମାନଙ୍କକାର୍ଯ୍ୟର ଉଚିତଅନୁଚିତନ ବିଚାରିଵି! କରିବିଶିରୋଧାର୍ଯ୍ୟ ସେମାନଙ୍କ ଆଜ୍ଞାର, ଯଦି ପଡେ ଆବଶ୍ୟକ, କେବେ ଆତ୍ମବଳି ର! .....much impressive lines with lofty theme. I made second visit for its special attraction.

0 0 Reply
Kumarmani Mahakul 29 March 2020

ଭୁଲ ହେଉ ଅବାହେଉଠିକ, ଗୁରୁଜନଙ୍କ କଥାର ଉତ୍ତରନଦେବି, ସେମାନଙ୍କକାର୍ଯ୍ୟର ଉଚିତଅନୁଚିତନ ବିଚାରିଵି! କରିବିଶିରୋଧାର୍ଯ୍ୟ ସେମାନଙ୍କ ଆଜ୍ଞାର, ଯଦି ପଡେ ଆବଶ୍ୟକ, କେବେ ଆତ୍ମବଳି ର! .....much impressive lines with lofty theme. I made second visit for its special attraction.

0 0 Reply
Abhipsa Panda 12 October 2019

Jhia jibana taa nija re gotiye adarsha.......

0 0 Reply
Dr Dillip K Swain 14 February 2019

ଭାବୁଛି ମୁଆଜି, କି ଲାଭପାଇଲି, ଚାବିଦିଆକଣ୍ଢେଇପରି, ନାଚିନାଚିଯନ୍ତ୍ର ବତ, ତୁମ ସମସ୍ତଙ୍କ କଥାରେ......wonderful use of simile! A fabulous poem that dissects the psyche of a lovely daughter.....10

0 0 Reply
Bharati Nayak 15 February 2019

ଭାଇ ଦିଲୀପ , ମୋର ଓଡିଆ ଓ ଇଂରାଜୀ କବିତା ର ଜଣେ ଗୁଣଗ୍ରାହୀ ପାଠକ ଭାବରେ ମୋତେ ସବୁ ବେଳେ ଉତ୍ସାହିତ କରିଥିବାରୁ ଅନେକ ଧନ୍ୟବାଦ ।

0 0
Kumarmani Mahakul 12 February 2019

ଭଲ ଝିଅଟିର କଥା ବୁଝି ପାରନ୍ତି ସମସ୍ତେ.! ସେ ନୁହେଁ ହାରିବାର ଝିଅ.! ସବୁଠି ଜିତିଛି ସିଏ ଓ ଜିତିବା ମଧ୍ୟ.! ନିଜ ଅଧ୍ୟବସ୍ୟାୟ ବଳରେ ସେ ହୋଇ ପାରିଛହି ଏକ ସୁନା ଝିଅଟିଏ.! ଗୋଟିଏ ଝିର ମାକଥା ଏହି ଚିଠି କବିତାରେ ନିଖୁଣ ଭାବରେ ପ୍ରତିଫଳିତ ହୋଇଛି. ଏହା ଏକ ଭଲ ଝିର ସ୍ନେହ ବୋଳା ଚି଼ଠ୍ହି ତା ବୋଉ ପାଖକୁ.! ଏଭଳି ସୁନ୍ଦର କବିତା ଲେଖି ଉପହାର ଦେଇଥିବାରୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ.! ଏହାକୁ ଆମ୍ଭେ ପୂର୍ଣ ୧୦ ନୁଁମ୍ବର ଦେଉ ଅଛୁ.! This is an excellent poem...10

0 0 Reply
Bharati Nayak 15 February 2019

ସୁନାଝିଅ ହେବାକୁ ହେଲେ ଅନେକ କଷ୍ଟ ସହିବାକୁ ହୁଏ ।ତଥାପି ସୁନାଝିଅ ହାରି ଯାଏ ନି ।ଆପଣଙ୍କ ସୁନ୍ଦର ମନ୍ତବ୍ୟ ପାଇଁ ଅନେକ ଧନ୍ୟବାଦ ।

0 0
READ THIS POEM IN OTHER LANGUAGES
Close
Error Success