ତୁମକୁ ଭେଟିବା ପରେ-048 (Tumaku Bhetiba Pare-48/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-048 (Tumaku Bhetiba Pare-48/Odia Poem)

Rating: 5.0

ଯେଉଁ ଭୟ ଗ୍ରାସି ଥାଏ

ମୋତେ ବାର ବାର

ଯେଉଁ କୋହ ରୁଦ୍ଧ କରେ

ନିଃଶ୍ୱାସ କୁ ମୋର


ଯେଉଁ ଲୁହ ନିଆଁ ଜାଳେ

ଛାତି ର ଜୁଇ ରେ-

ଆଜି ସେଇ ଭୟ, କୋହ, ଲୁହ

ଘେରି ଥିଲା ମୋତେ ଏକା ବେଳେ ।


ତମ କୁ ମୁଁ ଯେଉଁ ରୂପେ

ଦେଖେ ବୋଲି ଭାରି ଖୁସୀ ଥାଏ

ଭିତର ର ଅନ୍ତର୍ଦାହ ମୋର -

ଧୀରେ ଧୀରେ ଶୀତଳେଇଯାଏ

ଆଜି ମୋର ପହିଲି ଦେଖା ରେ

ପାଇଲି ନି ସେ ରୂପ ର ସ୍ପର୍ଶ

ମୂହୁର୍ତ୍ତକେ ହଜିଗଲା

ଜୀବନ ର ସବୁତକ ଅନ୍ତରଂଗ ହର୍ଷ ।।

Saturday, September 23, 2017
Topic(s) of this poem: dear,love,love and art,love and dreams,love and friendship,love and life,meeting,woman
COMMENTS OF THE POEM
Prativa Rani 21 November 2017

ଆଜି ମୋର ପହିଲି ଦେଖା ରେ ପାଇଲି ନି ସେ ରୂପ ର ସ୍ପର୍ଶ ମୂହୁର୍ତ୍ତକେ ହଜିଗଲା ଜୀବନ ର ସବୁତକ ଅନ୍ତରଂଗ ହର୍ଷ ।। Highly appealing poem, thanks poet. 10++

0 0 Reply
Anita Aparajita Das 09 October 2017

ଆଜି ମୋର ପହିଲି ଦେଖା ରେ ପାଇଲି ନି ସେ ରୂପ ର ସ୍ପର୍ଶ ମୂହୁର୍ତ୍ତକେ ହଜିଗଲା ଜୀବନ ର ସବୁତକ ଅନ୍ତରଂଗ ହର୍ଷ ।। Lovely poem shared. 10++

1 0 Reply
Seema Sharma Rimi 25 September 2017

ଯେଉଁ ଲୁହ ନିଆଁ ଜାଳେ ଛାତି ର ଜୁଇ ରେ- ଆଜି ସେଇ ଭୟ, କୋହ, ଲୁହ ଘେରି ଥିଲା ମୋତେ ଏକା ବେଳେ । Beautiful description of your meeting. Thanks poet. 10+++

3 0 Reply
Sanjukta Sahoo 24 September 2017

ଆଜି ମୋର ପହିଲି ଦେଖା ରେ ପାଇଲି ନି ସେ ରୂପ ର ସ୍ପର୍ଶ ମୂହୁର୍ତ୍ତକେ ହଜିଗଲା ଜୀବନ ର ସବୁତକ ଅନ୍ତରଂଗ ହର୍ଷ ।। Highly appealing poem, thanks poet. 10+++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success