ତମ କଥା ଭାବି ଭାବି
ରାତି ସରିଗଲା,
ଆଖି ଆଗେ ରଖି ତମ
ସଜ ପ୍ରତିଚ୍ଛବି-
ତୁମ ଚାହାଣୀ ରେ ଭିଜି
ମନ ଓଦା ହେଲା,
ସ୍ମୃତି ର ଗାଲିଚା ଭର୍ତ୍ତି
ନୀଳ ତୁମ ଛବି ।
ଆଜି ରାତି ସାରା ତମେ
ସପନେ ଆସିବ,
ମୋ ଅତୀତ ଦୁନିଆ ର
କବର ଗଢିବ,
ଯନ୍ତ୍ରଣାକ୍ତ ସ୍ମୃତି ସିକ୍ତ
ଅତୀତ ର ଦେହ,
ଲୁଚି ଯିବ ସେ କବରେ
ଅବଶିଷ୍ଟ କୋହ ।।
ତମ ହାତେ ପୋତା ଏଇ
କବର ଭିତରେ
ଫିଙ୍ଗି ଦେବି ଯେତେ ସବୁ
ଜ୍ୱାଳା ମୋ ଅନ୍ତରେ
ତମ ନୀଳ ପରଶ ରେ
ଏ କବର ତଳୁ,
ଜନ୍ମ ନେବ ନୂଆ ସ୍ୱପ୍ନ
ଜୀର୍ଣ ମାଟି ତଳୁ ।।
ତମ ହାତେ ପୋତା ଏଇ କବର ଭିତରେ ଫିଙ୍ଗି ଦେବି ଯେତେ ସବୁ ଜ୍ୱାଳା ମୋ ଅନ୍ତରେ Lovely expectations. 10+++
ତମ ହାତେ ପୋତା ଏଇ କବର ଭିତରେ ଫିଙ୍ଗି ଦେବି ଯେତେ ସବୁ ଜ୍ୱାଳା ମୋ ଅନ୍ତରେ Lovely line, thanks poet for the poem. 10+++
ଯନ୍ତ୍ରଣାକ୍ତ ସ୍ମୃତି ସିକ୍ତ ଅତୀତ ର ଦେହ, ଲୁଚି ଯିବ ସେ କବରେ ଅବଶିଷ୍ଟ କୋହ ।। Beautifully penned poem of love. Great sharing. 10+++
This poem has not been translated into any other language yet.
I would like to translate this poem
ତମ ହାତେ ପୋତା ଏଇ କବର ଭିତରେ ଫିଙ୍ଗି ଦେବି ଯେତେ ସବୁ ଜ୍ୱାଳା ମୋ ଅନ୍ତରେ One lives for the other, dedicates all the desires just to keep the counterpart happy and eternally alive. Great sharing. 10++++